Latest Odisha News

ରାଜ୍ୟର ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ଚାରିଟି ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଥିବା ଆକଳନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ରର ବୁଲେଟିନ୍ ଅନୁଯାୟୀ ଆସନ୍ତା ତିନି ଘଣ୍ଟା ମଧ୍ୟରେ ଅନୁଗୁଳ, ଯାଜପୁର, ଢେଙ୍କାନାଳ ଏବଂ କେନ୍ଦୁଝର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଲୋକଙ୍କୁ ନିରାପଦ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

Comments are closed.