Latest Odisha News

BREAKING NEWS

ଆଜି ଭିଜିବ ଓଡ଼ିଶାର ଏସବୁ ଜିଲ୍ଲା

ଭୁବନେଶ୍ୱର: ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଶୁକ୍ରବାର ଅପରାହ୍ନ ଯାଏଁ ଓଡ଼ିଶାର ଭୁବନେଶ୍ୱର ଏବଂ କଟକ ସମେତ ଛଅଟି ଜିଲ୍ଲା ପାଇଁ ବର୍ଷା ନେଇ ଏକ ସତର୍କତା ଜାରି କରିଛି।

ଆସନ୍ତା ୩ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର), କଟକ, ପୁରୀ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଏବଂ ଜଗତସିଂହପୁରର କିଛି ସ୍ଥାନରେ ଝଡ଼ବର୍ଷା ଏବଂ ବଜ୍ରପାତ ହୋଇପାରେ। ତେବେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରାଯାଇଛି।

ଅପରପକ୍ଷରେ ଆସନ୍ତା ୭ ତାରିଖ ଯାଏ ରାଜ୍ୟରେ ସେଭଳି ବର୍ଷା ସ୍ଥିତି ନଥିବା ବେଳେ କିଛି ସ୍ଥାନରେ ଅପରାହ୍ନରୁ ରାତି ସମୟ ମଧ୍ୟରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ପକ୍ଷରୁ ଲୋକମାନଙ୍କୁ ପାଣିପାଗ ଉପରେ ସତର୍କ ନଜର ରଖିବା ଏବଂ ତଦନୁଯାୟୀ ବାହ୍ୟ ଯାତ୍ରା କିମ୍ବା କାର୍ଯ୍ୟକଳାପ ପାଇଁ ଯୋଜନା କରିବାକୁ ପରାମର୍ଶ ଦେଇଛି। ସହରାଞ୍ଚଳରେ ବିଶେଷକରି ଭୁବନେଶ୍ୱର ଏବଂ କଟକର ଲୋକମାନେ, ଯାତ୍ରୀଙ୍କୁ ବଜ୍ରପାତ ସମୟରେ ସୁରକ୍ଷିତ ଆଶ୍ରୟ ନେବାକୁ ଏବଂ ଉଚ୍ଚ ଗଛ ତଳେ କିମ୍ବା ଧାତୁ ଗଠନ ନିକଟରେ ଠିଆ ନ ହେବାକୁ ପରାମର୍ଶ ଦିଆଯାଇଛି।

Comments are closed.