Latest Odisha News

BREAKING NEWS

୧୦ ଏକର ଗଞ୍ଜେଇ ଚାଷ ନଷ୍ଟ, ୩ ଗିରଫ

କୋରାପୁଟ: ପାଡୁଆ ଥାନା ଅନ୍ତର୍ଗତ ଦିଶାରିଗୁଡ଼ା ଓ ଲେଞ୍ଜିଗୁଡ଼ା ଜଙ୍ଗଲରେ ପୁଲିସ ଚଢ଼ାଉ କରି ୧୦ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଘଟଣାରେ ତିନିଜଣଙ୍କୁ ଗିରଫ କରିଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି।

ଉପରୋକ୍ତ ସ୍ଥାନରେ ବେଆଇନ ଗଞ୍ଜେଇ ଚାଷ କରା ଯାଇଥିବା ବିଶ୍ଵସ୍ଥ ସୂଚନା ମିଳିବା ପରେ ପାଡୁଆ ଥାନା ସବ ଇନ୍ସପେକ୍ଟର ଉମେଶ ଧାରୁଆଙ୍କ ନେତୃତ୍ୱରେ ପୁଲିସ ଚଢ଼ାଉ କରିଥିଲା। ଚଢାଉରେ ୧୦ ଏକର ଜମିରେ ଚାଷ କରା ଯାଇଥିବା ୧୨୦୦୦ ଗଞ୍ଜେଇ ଗଛ ନଷ୍ଟ କରିବା ସହ ଦିଶାରିଗୁଦା ଗ୍ରାମର ଜୟରାମ ଗେମେଲ, ଲେଞ୍ଜିଗୁଦା ଗ୍ରାମର ହାସ୍ୟ ଖରା ଓ ଘାସି ଗେମେଲ୍ କୁ ଗିରଫ କରିଥିବା ଏସପି ସୂଚନା ଦେଇଛନ୍ତି।

Comments are closed.