Latest Odisha News

BREAKING NEWS

୨୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ସମୁଦ୍ର ପତନ ଠାରୁ ଦେଢ଼ କିମି ଉଚ୍ଚ ଯାଏଁ ଘୂର୍ଣ୍ଣିବଳୟ ବ୍ୟାପିଛି।

ଭାରତୀୟ ପାଣିପାଗ ବିଭାଗ ସୂଚନାନୁଯାୟୀ, ଏହି ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହୋଇ ୧୨ କିମ୍ବା ୧୩ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ। ପରେ ଏହା ଅବପାତର ରୂପ ନେବାର ପୂର୍ବାନୁମାନ କରିଛି ବିଭାଗ। ତେବେ ଏହା ବାତ୍ୟା ରୂପ ନେବାର ସମ୍ଭାବନା କମ୍ ରହିଥିବା ଆଇଏମ୍ ଡି ପକ୍ଷରୁ କୁହାଯାଇଛି। ଆଜି ୨୦ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହଛି।

ସେହିପରି ଅପରାହ୍ନ ରେ ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ, ଢେଙ୍କାନାଳ, ଗଞ୍ଜାମ, ବାଲେଶ୍ୱର, ନୟାଗଡ ଏବଂ ଅନୁଗୁଳ ପାଇଁ ଏକ ହଳଦିଆ ସତର୍କତା ମଧ୍ୟ ଜାରି କରିଛି ବିଭାଗ। ତିନି ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହିତ ଝଡ଼ବର୍ଷା, ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ସହିତ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।

ତେବେ ପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ନିଜକୁ ରକ୍ଷା କରିବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Comments are closed.