Latest Odisha News

BREAKING NEWS

ଟ୍ୱିନ୍‌ ସିଟିରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୋମବାର ଦିନ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଟ୍ୱିନ୍‌ ସିଟିରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଏହାସହିତ ରାଜ୍ୟର ୧୦ ଟି ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହିତ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଗାମୀ ୩ ଘଣ୍ଟା ମଧ୍ୟରେ ଗଜପତି, ଯାଜପୁର, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ଗଞ୍ଜାମ, କଟକ ଏବଂ ଖୋର୍ଦ୍ଧାରେ ବର୍ଷା ହେବା ଅଶଙ୍କା ରହିଛି।

ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସେହି ଅନୁଯାୟୀ ବଜ୍ରପାତରୁ ନିଜକୁ ରକ୍ଷା କରିବା ପାଇଁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

Comments are closed.