Latest Odisha News

BREAKING NEWS

ଆଖଣ୍ଡଳମଣି ମନ୍ଦିର ଗର୍ଭଗୃହରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ଭଦ୍ରକ: ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲାରେ ବେହାଲ ସ୍ଥିତି। ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି । ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡି ଯାଇଛି।  ଫଳରେ ମହାପ୍ରଭୁଙ୍କ ନୀତିକାନ୍ତୀରେ ବିଳମ୍ବ ହୋଇଛି। ମୋଟର ଚାଳିତ ପମ୍ପ ଦ୍ବାରା ଜଳନିଷ୍କାସନ କରାଯାଉଥିବା ମନ୍ଦିର ପ୍ରଶାସନିକ ଅଧିକାରୀ କହିଛନ୍ତି।

ଲଘୁଚାପ ଜନିତ ବର୍ଷା ଓ ପବନ ଯୋଗୁ ଅଶାନ୍ତ ହୋଇଥିବା ସମୁଦ୍ରରୁ ଉଠି ଆସୁଛି ଉଚ୍ଚ ଜୁଆରପାଣି।  ତଳମୁଣ୍ଡରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ । ଚାନ୍ଦବାଲି ଅଞ୍ଚଳର ବହୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଛି ।

Leave A Reply

Your email address will not be published.