ଭୁବନେଶ୍ୱର: ରାଜ୍ୟରେ କମିଛି ଶୀତର ପ୍ରକୋପ । ରାତିର ତାପମାତ୍ରା ବଢ଼ିଛି । ଆଜି ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼ ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କାଲିଠୁ ରାଜ୍ୟକୁ ଭିଜାଇବ ବର୍ଷା ।
ଆସନ୍ତାକାଲିଠୁ ଦୁଇ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ଓ ବଙ୍ଗୋପସାଗରରୁ ରାଜ୍ୟ ମୁହାଁ ଉଷ୍ଣ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ବର୍ଷା ହେବ । ଆସନ୍ତାକାଲି ପାଇଁ ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।
କାଲିଠାରୁ ଦୁଇ ଦିନ ଯାଏଁ ପଶ୍ଚିମା-ଝଡ ଏବଂ ବଙ୍ଗୋପସାଗର ମଧ୍ୟରୁ ରାଜ୍ୟ ମୁହାଁ ଉଷ୍ମ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ବର୍ଷା
୪ ରେ ଉତ୍ତର ଓଡ଼ିଶାରେ ପ୍ରଭାବ
୪ ତାରିଖରେ ବର୍ଷାର ବିସ୍ତୃତି ଏବଂ ପରିମାଣ ବୃଦ୍ଧି ସହ କିଛି ଜିଲ୍ଲାରେ କରାମାଡ଼ ସମ୍ଭାବନା
ପ୍ରଭାବିତ ହୋଇପାରେ ପରିବା ଏବଂ ଉଦ୍ୟାନ ଚାଷ
— Meteorological Centre, Bhubaneswar (@mcbbsr) February 2, 2022
୪ ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷା ପ୍ରଭାବ ପଡ଼ିବ । ଏହି ଦିନ ବର୍ଷା ପରିମାଣ ବଢ଼ିବ । ୪ ତାରିଖ ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ ।
ସେହିପରି ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାରେ କୁଆପଥର ବର୍ଷାର ସମ୍ଭାବନା ରହିଛି । ୩ ଓ ୪ ତାରିଖ ପାଇଁ ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଦେଇଛି । ଅଦିନିଆ ବର୍ଷା ଯୋଗୁ ପରିବା ଓ ଉଦ୍ୟାନ ଚାଷ ପ୍ରଭାବିତ ଆଶଙ୍କା ରହିଛି ।
#ପ୍ରେସବିଜ୍ଞପ୍ତି: ୩ ରୁ ୪ ଫେବୃଆରୀ ୨୦୨୨ ରେ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା pic.twitter.com/yPUhU8Ppzu
— Meteorological Centre, Bhubaneswar (@mcbbsr) February 1, 2022
Comments are closed.