Latest Odisha News

BREAKING NEWS

ବଜ୍ରପାତ ସହ ବର୍ଷା ସମ୍ଭାବନା; ଏହି ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବାଲେଶ୍ଵର ଜିଲ୍ଲାକୁ ଜାରି ହୋଇଛି ସତର୍କ ସୂଚନା । ବିଭାଗ ପକ୍ଷରୁ ଜାରି ସଦ୍ୟତମ ବୁଲେଟିନ ଅନୁଯାୟୀ, ବାଲେଶ୍ଵର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ପୂର୍ବନୁମାନ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆହୁରୁ ମଧ୍ୟ ବିଭାଗ ପକ୍ଷରୁ ଏହି ଜିଲ୍ଲାକୁ ମଧ୍ୟାହ୍ନ ୧୨.୩୦ ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।

Comments are closed.