Latest Odisha News

BREAKING NEWS

କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ।

ଏହି ବୈଠକରେ ଓଡିଶାରେ ଚାଲିଥିବା କରୋନା ପରିସ୍ଥିତିକୁ ନେଇ କିଛି ପ୍ରମୁଖ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି।

ଆଜି ଅପରାହ୍ନ ୫ ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ନିବାସ ଠାରୁ ଏହି ବୈଠକର ପରିଚାଳନା କରିବେ। ଯେଉଁଥିରେ ଲୋକ ସେବା ଭବନରେ ସମସ୍ତ ମନ୍ତ୍ରୀ ଏବଂ ନିଜ ନିଜ ଜିଲ୍ଲା କାର୍ଯ୍ୟାଳୟରୁ ଜିଲ୍ଲାପାଳ ମାନେ ଯୋଗଦେବା ନେଇ ଜଣାପଡିଛି।

Leave A Reply

Your email address will not be published.