Latest Odisha News

BREAKING NEWS

ଆରଏସଏସ କାର୍ଯ୍ୟାଳୟକୁ ଉଡାଇବାକୁ ଧମକ ଦେଇଥିବା ରାଜ୍ ଅହମ୍ମଦ ଗିରଫ

ଲକ୍ଷ୍ନୈା:  ଆରଏସଏସ କାର୍ଯ୍ୟାଳୟକୁ ଉଡାଇବାକୁ ଧମକ ଦେଇଥିବା ଯୁବକ ଗିରଫ  ।  ଧମକ ଦେଇଥିବା ରାଜ ମହମ୍ମଦକୁ ଲକ୍ଷ୍ନୈା ଏଟିଏସ୍  ଗିରଫ କରିଥିବା କହିଛି ।  ହ୍ୱାଟସଆପରେ ସଂଘ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡାଇଦେବାକୁ ମେସେଜ ଦେଇଥିଲା ରାଜ୍ ।

ମେସେଜରେ ରାଜ୍  ଲକ୍ଷ୍ନୌ, ଗୋଣ୍ଡା, ନୱାବଗଞ୍ଜ ଓ କର୍ଣ୍ଣାଟକର ୪ଟି ସ୍ଥାନରେ ଥିବା ସଂଘ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡାଇବାକୁ ଧମକ ଦେଇଥିଲା । ଏନେଇ ଅଭିଯୋଗ ହେବା ପରେ ଲକ୍ଷ୍ନୈା ପୋଲିସ ତଦନ୍ତ ଆରମ୍ଭ କରିଥିଲା ।  ଏଟିଏସ ପକ୍ଷରୁ ତଦନ୍ତ ଆରମ୍ଭ ବେଳେ ମୋଇବାଲ ନମ୍ବରକୁ ଟ୍ରାକ୍ କରାଯାଇଥିଲା ।  ପ୍ରଥମେ ବିଦେଶୀ ନମ୍ବରରେ ଏହି ହ୍ୱାଟସଆପ୍ ମେସେଜ ଆସିଥିଲା । ହିନ୍ଦୀ, ଇଂରାଜୀ ଓ କନ୍ନଡ ଭାଷାରେ ଏହି ଧମକ ମେସେଜ ଆସିଥିଲା ।

ଧମକ ଦେଇଥିବା ଯୁବକଙ୍କ ମୋବାଇଲକୁ ଟ୍ରାକ କରିବା ପରେ ରାଜ୍ ଅହମ୍ମଦ ହିଁ ମେସେଜ ଦେଇଥିବା ଜଣାପଡିଥିଲା ।  ଲକ୍ଷ୍ନୌ ପୋଲିସ ରାଜ୍ କୁ ତାମିଲନାଡୁରୁ ଗିରଫ କରିଛି । ଅଭିଯୁକ୍ତ ରାଜ ମହମ୍ମଦ ହ୍ୱାଟସଆପ ମାଧ୍ୟମରେ ଏଭଳି ମେସେଜ ଦେଉଥିବା ବେଳେ ତାହାର ଆଉ କାହା ସହ ଲିଂକ ଅଛି କି ନାହିଁ  ପୋଲିସ ତଦନ୍ତ ପରେ ଜଣାପଡିବ ।  ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ ଏଟିଏସ ପକ୍ଷରୁ ଅନ୍ୟରାଜ୍ୟକୁ ମଧ୍ୟ ସତର୍କ କରାଯାଇଛି ।

Leave A Reply

Your email address will not be published.