Latest Odisha News

BREAKING NEWS

ବେଆଇନ ଖଣି ଖନନ କାହିଁକି ଚାଲିଛି : ସୁପ୍ରିମକୋର୍ଟ

ବେଆଇନ ଖଣି ଖନନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ଓଡ଼ିଶାରେ  ବେଆଇନ ଖଣି କାରବାରକୁ ନେଇ ସୁପ୍ରିମକୋର୍ଟ ଫଟକାର ଲଗାଇଛନ୍ତି । ପରିବେଶ ମଞ୍ଜୁରୀ ନ ଥାଇ ଖଣି ଖନନ କାହିଁକି  କରୁଛନ୍ତି ଖଣି ଲିଜଧାରୀ ସେ ପ୍ରଶ୍ନ ବି ଉଠାଇଛନ୍ତି । ସ୍ଥିତିବସ୍ଥା ଆଳ ଦେଖାଇ କେତକ କମ୍ପାନୀ କାହିଁକି  ବେଆଇନ ଖଣି ଖନନ କରୁଛନ୍ତି ? ଏଭଳି ପ୍ରଶ୍ନ କରିବା ସହ  ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏସବୁ ଖଣି ପାଇଁ  ଯଦି ପରିବେଶ ମଞ୍ଜୁରୀ ନାହିଁ କି କେନ୍ଦ୍ର ସରକାର ଅବା ସମ୍ପୃକ୍ତ ବିଭାଗ ଅନୁମତି ଦେଇ ନାହଁନ୍ତି ତେବେ କାହିଁକି ବେଆଇନ ଭାବେ ଖଣି ଖନନ ହେଉଛି ତାହା ସୁପ୍ରିମକୋର୍ଟ ପଚାରିଛନ୍ତି । ଯେହେତୁ  ଏସବୁ ଖଣି ବେଆଇନ ଭାବେ  ଖନନ କରୁଛନ୍ତି । ଏସବୁ ମାମଲା ଗୁଡିକର ୬ ମାସ ମଧ୍ୟରେ ଶୁଣାଣି କରି ଫଇସାଲା ଦେବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ବାଲେଶ୍ୱର ଆଲୟେକ ଲିମିଟେଡ ପକ୍ଷରୁ ଦାୟର ହୋଇଥିବା ସ୍ୱତନ୍ତ୍ର ଲିଭ୍ ପିଟିସରର ଶୁଣାଣି କରି ସୁପ୍ରମିକୋର୍ଟର ଜଷ୍ଟିସ୍ ଏମଆର ଶାହା ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଖଣ୍ଡପୀଠ କହିଛନ୍ତି ସ୍ଥିତିବସ୍ଥା ନିର୍ଦ୍ଦେଶ ଆଳରେ ଜଂଗଲ ମଞ୍ଜୁରୀ ନଥାଇ ବି ଖଣି ଖନନ ଚାଲୁରହିଛି । ଜଙ୍ଗଲ ମଞ୍ଜୁରୀ ପାଇଁ ଦରଖାସ୍ତ ବିଚାରଧୀନ ଥିଲେ ଏହାକୁ ଖଣି ଖନନ ପାଇଁ ଅନୁମତି ଭାବେ ଗ୍ରହଣ କରିହେବ ନାହିଁ  ବୋଲି ସ୍ପଷ୍ଟ କରିଛନ୍ତି ଖଣ୍ଡପୀଠ । ଏଭଳି ଭାବେ କେତେକ କଂପାନୀ ବେଆଇନ ଖଣି କାରବାର କରୁଥିବାରୁ ସୁପ୍ରିମ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପୂର୍ବରୁ ମଧ୍ୟ ବେଆଇନ ଖଣି ଖନନ ପାଇଁ ହଜାର ହଜାର କୋଟି ଟଙ୍କା ରାଜସ୍ବ ହରାଇଛନ୍ତି ସରକାର । ବେଆଇନ ଖଣି ଖନନ କରି କେତେକ କମ୍ପାନି ମାଲେମାଲ ହେଉଥିବା ବେଳେ ସରକାର କିନ୍ତୁ ନିରବଦ୍ରଷ୍ଟା ସାଜିଥିବା ଦେଖାଯାଉଛି । ପୂର୍ବରୁ ହଜାର ହଜାର ଟଙ୍କା କୋର୍ଟ କ୍ଷତିପୂରଣ ଲଗାଇଥିଲେ ମଧ୍ୟ ଏହି ଟଙ୍କା ଦେଉନାହାଁନ୍ତି କମ୍ପାନି । ନିୟମ ବାହାରେ  ଖଣି ଖନନ କରି  ହଜାର ହଜାର କୋଟି  ଟଙ୍କା ଖଣି କମ୍ପାନିମାନେ ଲାଭ କରୁଛନ୍ତି । ତେବେ ଏସବୁ ବେଆଇନ ଭାବେ ଚାଲିଛି ।

Leave A Reply

Your email address will not be published.