Latest Odisha News

BREAKING NEWS

ପାକିସ୍ତାନ ବିଜୟରେ ଖୁସି ମନାଇବା ପଡଲା ମହଙ୍ଗା ,ସ୍କୁଲରୁ ନିଲମ୍ବନ ହେଲେ ଶିକ୍ଷୟତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପାକିସ୍ତାନ ବିଜୟରେ ଖୁସି ମନାଇବା ଶିକ୍ଷୟତ୍ରୀଙ୍କୁ ପଡ଼ିଲା ମହଙ୍ଗା । ଭାରତ ପାକିସ୍ତାନ ମ୍ୟାଚକୁ ନେଇ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଉଦୟପୁରରେ ଜଣେ ପ୍ରାଇଭେଟ ସ୍କୁଲ ଶିକ୍ଷୟତ୍ରୀ ପାକିସ୍ତାନ ମ୍ୟାଚ ଜିତିବା ସମର୍ଥନରେ ହ୍ୱାଟସପରେ ଏକ ବାଜି ଲଗାଇଥିଲେ । ଭାରତ ପାକିସ୍ତାନ ଠାରୁ ଏହି ମ୍ୟାଚରେ ପରାସ୍ତ ହେବା ପରେ ଶିକ୍ଷୟତ୍ରୀ ଜଣକ ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା । ଏହା ପରେ ଶିକ୍ଷୟତ୍ରୀ ନଫିସା ଅଟାରୀଙ୍କୁ ସ୍କୁଲରୁ ନିଲମ୍ବନ କରିଦିଆଯାଇଛି।

ସୂଚନା ଅନୁସାରେ ଶିକ୍ଷୟତ୍ରୀ ପାକିସ୍ତାନ ମ୍ୟାଚ ଜିତିବା ପରେ ପାକିସ୍ତାନ ଖେଳାଳିମାନଙ୍କ ଏକ ଫଟୋ ସହ ହ୍ୱାଟସପରେ ‘ଉଇ ଓନ୍’ ”ଔର ହମ୍ ଜିତ୍” ଗୟେ ଷ୍ଟାଟସ ଅପଲୋଡ କରିଥିଲେ। ଜଣେ ଅଭିଭାବକ ଏହି ଷ୍ଟାଟସ ଦେଖିବାପରେ ଶିକ୍ଷୟତ୍ରୀଙ୍କୁ ପାକିସ୍ତାନକୁ ଆପଣ ସପୋର୍ଟ କରିନ୍ତି ବୋଲି ପଚାରିବା ବେଳେ ସେ ହଁ ମାରିଛନ୍ତି। ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଉଦୟପୁର ଖେଲଗାଁଓ ନିର୍ଜା ମୋଦି ସ୍କୁଲରେ ଶିକ୍ଷୟତ୍ରୀ ପାକିସ୍ତାନକୁ ଖୁଲମ ଖୁଲା ସପୋର୍ଟ କରିବାରୁ ଏହା ଭାଇରାଲ ହେବା ଫଳରେ ଶିକ୍ଷୟତ୍ରୀ ଙ୍କୁ ସ୍କୁଲରୁ କାଢିଦିଆଯାଇଛି।

Leave A Reply

Your email address will not be published.