Latest Odisha News

ପିଲା ଚୋରି ଅଭିଯୋଗରେ ମହିଳାଙ୍କୁ ନିସ୍ତୁକ ମାଡ

ବାଲେଶ୍ୱର: ପିଲା ଚୋରି ଭଳି ଶବ୍ଦ ଶୁଣିଲେ ମନରେ ଛନକା ପଶିଯାଏ । ଏହି ଅଭିଯୋଗ ଯାହା ବିରୋଧରେ ଥରେ ଆସେ, ସେ ସାରା ଜୀବନ ସମାଜରେ ଅଗ୍ରହଣୀୟର ଆଖ୍ୟା ମୁଣ୍ଡାଇବାକୁ ବାଧ୍ୟ ହୋଇଥାଏ । ବାଲେଶ୍ୱର ଜିଲ୍ଲାରେ ପିଲା ଚୋରିକୁ କେନ୍ଦ୍ର କରି ଉଭୟ ଅଭିଯୋଗ ଓ ପ୍ରମାଣ ଆଧାରରେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ ମରାଯାଇଥିଲା ।

ବାଲିଆପାଳ ଥାନା ଅନ୍ତର୍ଗତ ବାଲିକୁଟୀ ଗାଁରେ ଜିତାଂଶୁ ଶେଖର ପାତ୍ରଙ୍କର ୧୫ ମାସର ଶିଶୁ ଘର ସାମ୍ନାରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା । ଏ ନେଇ ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ଶିଶୁଟି ମିଳିନଥିଲା । ପରେ ଘରଠାରୁ ୧ କି.ମି ଦୂରରେ ଜଣେ ଅଜଣା ମହିଳା ଗୋଟିଏ ଶିଶୁକୁ ଧରି ଦୌଡୁଥିବାର ଖବର ଆସିଥିଲା । ସେଠି କିଛି ଗାଁ ଲୋକେ ମହିଳାଙ୍କୁ ପଚରାଉଚରା କରିବାକୁ କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ମିଳିନଥିଲା ।

ଅନ୍ୟପଟେ ନିଖୋଜ ଶିଶୁର ପରିବାର ଲୋକେ ଏ କଥା ଜାଣିବା ପରେ ଘଟଣାସ୍ଥଳକୁ ଧାଇଁଥିଲେ । ସେଠାରେ ପହଂଚି ପରିବାର ଲୋକେ ନିଜ ଶିଶୁକୁ ଚିହ୍ନଟ କରିଥିଲେ । ଏହା ପରେ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ଗାଁ ଲୋକେ ନିସ୍ତୁକ ମାଡ ମାରିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାଲିଆପାଳ ପୋଲିସ ପହଂଚି ଅଭିଯୁକ୍ତ ମହିଳାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

Leave A Reply

Your email address will not be published.