ଯୋଧପୁର: ରାଜସ୍ଥାନର ଭରତପୁର ଜିଲ୍ଲାରୁ ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରିବା ପାଇଁ ରାଜସ୍ଥାନ ପୋଲିସ ପୁରସ୍କାର ରାଶି ଘୋଷଣା କରିଛି। ପୁରସ୍କାର ରାଶି ବିଷୟରେ ଜାଣିଲେ ଯେକେହିବି ଚକିତ ହୋଇପଡିବେ। ନଚେତ୍ ହସିହସି ବେଦମ ହୋଇଯିବେ। କାରଣ ପୁରସ୍କାର ରାଶି ହେଉଛି ୨୫ ପଇସା। ଯାହାର ପ୍ରଚଳନ କେବେଠୁ ବନ୍ଦ ହୋଇଗଲାଣି। କିନ୍ତୁ ଏଭଳି ପରିସ୍ଥିତିରେ ଜଣେ ଅପରାଧୀଙ୍କ ଉପରେ ୨୫ ପଇସା ପୁରସ୍କାର ରଖିବା ପଛରେ କଣ ଉଦ୍ଦେଶ୍ଯ ରହିଛି।
ଭରତପୁର ଜିଲ୍ଲାର ଲଖନପୁର ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା ଖୁବିରାମ (୪୮) ବର୍ଷ ବୟସ ଏବଂ ସେ ଜଣେ ସାଧାରଣ ଅପରାଧୀ।ତାଙ୍କ ବିରୋଧରେ ହତ୍ୟା, ଆକ୍ରମଣ, ନିର୍ଯାତନା, ଏସସି-ଏସଟି ଆକ୍ଟ ଭଳି ମାମଲା ରହିଛି ଏବଂ ପୋଲିସ ମଧ୍ଯ ତାଙ୍କୁ ଖୋଜୁଛି।
ଖୁବିରାମଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଏପରିକି ତାଙ୍କ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ୨୫ ପଇସା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି।
ତେବେ ପୋଲିସର ଏଭଳି ଉଦ୍ୟମକୁ ଖୁବ୍ ପ୍ରଶଂସା କରୁଛନ୍ତି ଜନତା।