Latest Odisha News

BREAKING NEWS

ବ୍ୟାଟିଂରେ ଫେଲ୍ ମାରିଲା ଚେନ୍ନାଇ, ରାଜସ୍ଥାନ ସମ୍ମୁଖରେ ୧୨୬ ରନର ଲକ୍ଷ୍ୟ

ଆବୁଧାବି:ଆଇପିଏଲର ସୋମବାର ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ବ୍ୟାଟ୍ସମ୍ୟାନ ପୁନର୍ବାର ଫେଲ୍ ମାରିଛନ୍ତି । ପ୍ରଥମେ ବ୍ୟାଟିଂ କରି ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଦଳ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୧୨୬ ରନର ବିଜୟ ଲକ୍ଷ୍ୟ ରଖିଛି । ଚେନ୍ନାଇ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ  ଧୋନି ଓ ରବୀନ୍ଦ୍ର ଜାଡେଜା କିଛି ସମୟ କ୍ରିଜରେ ତିଷ୍ଠି ରହିଥିଲେ । ଧୋନି ୨୮ ରନ ଓ ଜାଡେଜା ୩୫ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୨୫ ରନ କରିଥିଲା ।

ଇନିଂସ ଆରମ୍ଭରୁ ଫାଫ ଡୁ ପ୍ଲେସିସଙ୍କ ଓ୍ବିକେଟ ମାତ୍ର ୧୦ ରନରେ ହରାଇଥିଲା । ସେ  କରି ଜୋଫ୍ରା ଆର୍ଚରଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ସେନ ଓ୍ବାଟସନ ମଧ୍ୟ ୮ ରନ କରି ଆଉଟ ହୋଇଥିଲେ । ଅନ୍ୟତମ ଓପନର ସାମ କୁରାନ ୨୨ ରନ କରି ଶ୍ରେୟସ ଗୋପାଲଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ମଧ୍ୟଭାଗ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟଡୁ ମଧ୍ୟ ମାତ୍ର ୧୩ ରନ କରି ଆଉଟ ହୋଇଥିଲେ ।

Leave A Reply

Your email address will not be published.