Latest Odisha News

BREAKING NEWS

ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ କରୋନା ପଜିଟିଭ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ୧୯ ସେପ୍ଟମ୍ବରରୁ ଆରମ୍ଭ ହେବ । ଏ ନେଇ ଟିମଗୁଡିକ ଅଭ୍ୟାସ ଆରମ୍ଭ କରିଛନ୍ତି । ତେବେ ବୁଧବାର ରାଜସ୍ଥାନ ରୟାଲ୍ସ ପ୍ରସ୍ତୁତିକୁ ଶକ୍ତ ଧକ୍କା ଲାଗିଛି । ଦଳର ଫିଲ୍ଡିଂ କୋଚ ଦିଶାନ୍ତ ୟାଗନିକ୍ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଫ୍ରାଂଚାଂଇଜ ପକ୍ଷରୁ କରାଯାଇଥିବା କୋଭିଡ ଟେଷ୍ଟରେ ସେ ପଜିଟିଭ ଥିବା ଜଣା ପଡିଥିଲା ।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟୁଇଟର ମାଧ୍ୟମରେ ଏହି ସୂଚନା ଦିଆଯାଇଛି । ଦଳର ଅନ୍ୟ ସମସ୍ତ ସଦସ୍ୟଙ୍କ ଟେଷ୍ଟ ନେଗେଟିଭ ଆସିଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଟିମଗୁଡିକ ପାଇଁ କରୋନା ମହାମାରୀ ନେଇ କେତେକ ନିୟମାବଳୀ ଜାରି କରିଛି । ଦିଶାନ୍ତ ମଧ୍ୟ ଏ ନେଇ ସୂଚନା ଦେବା ଯେଉଁମାନେ ସଂସ୍ପର୍ଶରେ ଆସିଛ ତୁରନ୍ତ ଟେଷ୍ଟ କରାଇ ନିଅ ବୋଲି କହିଛନ୍ତି । ସେ ଏବେ ୧୪ କ୍ୱାରେଂଟାଇନରେ ରହିବେ ।

Comments are closed.