Latest Odisha News

BREAKING NEWS

କର୍ତ୍ତବ୍ୟନିଷ୍ଠ ମହିଳା ସ୍ୱାସ୍ଥ୍ୟକର୍ମୀ, ଓଟ ଚଢି ଦେଉଛନ୍ତି କୋଭିଡ୍ ଟିକା

ଭୁୁବନେଶ୍ୱର: କୋଭିଡ ମହାମାରୀରେ ସ୍ୱାସ୍ଥ୍ୟକର୍ମୀଙ୍କ ଅତୁଳନୀୟ ଅବଦାନକୁ ମାପିବା ତାଙ୍କ କର୍ତ୍ତବ୍ୟନିଷ୍ଠା ପ୍ରତି ପ୍ରଶ୍ନ ଉଠାଇବା ସଦୃଶ । ମାରାତ୍ମକ କରୋନା ଭାଇରସକୁ ଦୂରେଇବାରେ ଦିନରାତି ଏକ କରିଦେଇଥିଲା ସ୍ୱାସ୍ଥ୍ୟ ବିଭାଗ ।

ଭାକ୍ସିନେସନ୍ ସେଣ୍ଟରକୁ ବାଦ୍ ଦେଲେ ଘରେଘରେ ସ୍ୱାସ୍ଥ୍ୟକର୍ମୀମାନେ ବୁଲି କୋଭିଡ୍ ଟିକାକରଣ ଯୋଜନାକୁ ସଫଳ କରିଥିଲେ । ଏଥିପାଇଁ ଖାସ କରି ମହିଳା ସ୍ୱାସ୍ଥ୍ୟକର୍ମୀମାନେ ବନ୍ୟାଂଚଳ ହେଉ ଅବା ମାଇଲମାଇଲ ବାଟ ଚାଲିଚାଲି ଲୋକଙ୍କୁ କୋଭିଡ୍ ଭାକ୍ସିନ୍ ଦେଇଆସିଛନ୍ତି ।

ରାଜସ୍ଥାନ ବର୍ମେର ଜିଲ୍ଲାରୁ ସାମ୍ନାକୁ ଆସିଛି ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଫଟୋ । ଏଥିରେ ଥିବା ମହିଳା ଜଣକ ଓଟ ଚଢି କୋଭିଡ୍ ଭାକ୍ସିନେସନ ମିଶନକୁ ସଫଳତାର ରୂପ ଦେଇଛନ୍ତି । ରାଜସ୍ଥାନ ସରକାରଙ୍କ “ହର ଘର ଦସ୍ତକ” ଯୋଜନା ଅଧିନରେ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଅପହଂଚ ଇଲାକାରେ ରହୁଥିବା ଲୋକଙ୍କ ପାଖରେ ପହଂଚି କୋଭିଡ୍ ଟିକାକରଣ କରିଥାନ୍ତି । ଏହି ଫଟୋଟିକୁ ଖୋଦ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭ୍ୟା ଟୁଇଟରରେ ସେୟାର କରିଛନ୍ତି ।

Leave A Reply

Your email address will not be published.