Latest Odisha News

ଭିମସାରରେ ୨ଡେଲ୍ଟା ପ୍ଳସ୍ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ

ସମ୍ବଲପୁର: ଭିମସାରେ ପୁଣି ୨ଜଣଙ୍କ ଠାରେ ଚିହ୍ନଟ ହେଲା ଡେଲଟା ପ୍ଲସ୍ ଭାରିଆଣ୍ଟ । ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଜିନମ ସିକ୍ବେନ୍ସିଂ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଭିମସାର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା । ମୋଟ ୩୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨ ଜଣଙ୍କ ଠାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଥିଲା ।

ଆଉ ଏବେ ଆଉ ୨ ଜଣଙ୍କ ଠାରେ ଚିହ୍ନଟ ହୋଇଛି ଡେଲଟା ପ୍ଲସ ଭାରିଏଣ୍ଟ ।

ଅନ୍ୟପକ୍ଷରେ ଓମିକ୍ରନ୍‌କୁ ନେଇ ଡର ବଢୁଥିବା ବେଳେ କରୋନା ସଂକ୍ରମଣ କମିବା ଆଶ୍ୱସ୍ତି ଦେଇଛି । ଆକ୍ଟିଭ କେସ୍ ମଧ୍ୟ ୨ ହଜାର ତଳକୁ ଖସିଥିବା ବେଳେ ସଂକ୍ରମଣ ସାମାନ୍ୟ କମିଲା। ରାଜ୍ୟରେ ୨୪ ଘଣ୍ଟାରେ ୧୨୪ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.