Latest Odisha News

BREAKING NEWS

ଟିକାକରଣ ପରେ ଦେଖାଦେଇପାରେ ସାଇଡ୍ ଇଫେକ୍ଟ: ପ୍ରସ୍ତୁତ ରହିବାକୁ ରାଜ୍ୟକୁ ପରାମର୍ଶ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭାରତରେ ମଧ୍ୟ ଖୁବ୍ ଶୀଘ୍ର ଟିକାକରଣ କରାଯିବ । ତେବେ ଟିକା ନେବା ପରେ ଏହାର ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇପାରେ । ଟିକାକରଣ ପରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଠାରେ ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଥାଏ । ଯେଉଁ ଦେଶରେ ଟିକାକରଣ ଆରମ୍ଭ ହୋଇଛି, ଏହାର ପାର୍ଶ୍ବପ୍ରତିକ୍ରିୟା ରିପୋର୍ଟ ଆସିଛି । ଏପରି ସ୍ଥିତିରେ ରାଜ୍ୟଗୁଡ଼ିକ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ  ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ଟିକାକରଣ ହେବା ପରେ ଏଭଳି ପାର୍ଶ୍ବପ୍ରତିକ୍ରିୟା ଦେଖାଦେବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ । ତେଣୁ ରାଜ୍ୟଗୁଡ଼ିକ ଏଥିପ୍ରତି ପ୍ରସ୍ତୁତ ରହିବା ଆବଶ୍ୟକ । ଦେଶରେ ଟିକା ସଂରକ୍ଷଣ ପାଇଁ ୨୯ହଜାର ଶୀତଳ ଶୃଙ୍ଖଳ, ୨୪୦ ୱାଲ-ଇନ୍-କୁଲର, ୪୫ ହଜାର ଆଇସ୍ ଲାଇନ୍ ରେଫ୍ରଜିଜିରେଟର, ୪୧ ହଜାର ଡିପ୍ ଫ୍ରିଜ୍ ଏବଂ ୩୦୦ ସୌର ରେଫ୍ରିଜିରେଟର ବ୍ୟବହାର କରାଯିବ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି ।

Leave A Reply

Your email address will not be published.