ଚେନ୍ନାଇ: ଭାରତୀୟ ସିନେମା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ଦୁଇ ମହାନାୟକ କମଳା ହାସନ ଓ ରଜନୀକାନ୍ତଙ୍କୁ ଦୀର୍ଘ ଦିନ ପରେ ଦର୍ଶକ ଗୋଟିଏ ଫିଲ୍ମରେ ଦେଖିବାକୁ ପାଇବେ । ରାଜକମଲ ଫିଲ୍ମସ ଇଂଟରନ୍ୟାଶନାଲ ଓ କମଳା ହାସନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମର ନାମ ଏବେ ଥାଲାଇଭାର ୧୭୩ ରଖାଯାଇଛି । ସୁନ୍ଦର ସି ଏହାର ନିର୍ଦ୍ଦେଶନା ଦେବେ । ୧୯୭୦ରେ ଏହି ଦୁଇ ମହାନ କଳାକାର ଏକତ୍ର ସେମାନଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଏବେ ପରିଣତ ବୟସରେ ସେମାନଙ୍କ ଏହି ଫିଲ୍ମ ନୂତନ ଇତିହାସ ରଚିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି ।
୨୦୨୭ରେ ଫିଲ୍ମ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଉଭୟ ଅଭିନୟ ଓ ଷ୍ଟାଇଲକୁ ଦର୍ଶକମାନେ ବେଶ ପସନ୍ଦ କରିଥାନ୍ତି । ଏବେ ସୋସିଆଲ ମିଡିଆରେ ଏହି ଫିଲ୍ମ ସମ୍ପର୍କୀତ ସମସ୍ତ ତଥ୍ୟ ଟ୍ରେଣ୍ଡିଂ କରିବାରେ ଲାଗିଛି । ରାଜକମଲ ଫିଲ୍ମସ ଇଂଟରନ୍ୟାଶନାଲର ୪୪ ବର୍ଷ ପୂର୍ତି ଅବସରରେ ଏହି ଐତିହାସିକ ଫିଲ୍ମର ନିର୍ମାଣ କରୁଛି । ସୁନ୍ଦରଙ୍କ ନିର୍ଦ୍ଦେଶନା, ରଜନୀକାନ୍ତଙ୍କ ଷ୍ଟାଇଲ ଏବଂ ଅଭିନୟ ଓ କମଳା ହାସନଙ୍କ ରଚନାତ୍ମକ ଦୃଷ୍ଟି ନିଶ୍ଚିତ ଭାବେ ଦର୍ଶକଙ୍କ ପାଇଁ ନୂଆ ଭେଟି ହେବ ବୋଲି ଆଶା କରାଯାଉଛି ।
Comments are closed.