Latest Odisha News

ରାଜୀବ କୁମାର ହେଲେ ଦେଶର ନୂୂଆ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଗୁରୁବାର ବରିଷ୍ଠ ନିର୍ବାଚନ କମିସନର ରାଜୀବ କୁମାରଙ୍କୁ ନୂଆ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଚଳିତ ମାସ ୧୪ ତାରିଖରେ ବର୍ତ୍ତମାନର ସୁଶୀଲ ଚନ୍ଦ୍ରାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହାପରେ ରାଜୀବ କୁମାର ୧୫ ତାରିଖରୁ ଏହି ପଦରେ ବସିବେ। ଏ ନେଇ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।

କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟ୍ କରି କହିଛନ୍ତି, ସମ୍ବିଧାନର ଧାରା ୩୨୪ର ଧାରା (୨) ଅନୁସାରେ ରାଷ୍ଟ୍ରପତି ରାଜୀବ କୁମାରଙ୍କୁ ୨୦୨୨ ମେ’ ୧୫ ତାରିଖରୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ରାଜୀବ କୁମାରଙ୍କୁ ଏହି ଅବସରେ ମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

୧୯୮୪ ଝାଡ଼ଖଣ୍ଡ କ୍ୟାଡରର ଏହି ଆଇଏଏସ ଚାକିରିରୁ ଅବସର ନେବା ପରେ ଅଗଷ୍ଟ ୨୦୨୦ରେ ରାଜୀବ କୁମାର ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କୁ ସ୍ଥାନ ନେଇଥିଲେ। ରାଜୀବ କୁମାର ୨୦୧୭ ସେପ୍ଟେମ୍ବରରୁ ୨୦୨୦ ଫେବ୍ରୁଆରି ଯାଏ କେନ୍ଦ୍ର ଅର୍ଥ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାପରେ ତାଙ୍କୁ ସାଧାରଣ ଅଭି।ଯୋଗ ଓ ପେନସନ ବିଭାଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା।

Leave A Reply

Your email address will not be published.