Latest Odisha News

BREAKING NEWS

ନାମାଙ୍କନ ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରୁ ନାମାଙ୍କନ ଦାଖଲ କଲେ ରାଜନାଥ ସିଂ। ଚଳିତ ବର୍ଷ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରାଜନାଥ ସିଂ । ନାମାଙ୍କନ ଦାଖଲ କରିବା ପୂର୍ବରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ରାଜନାଥ ସିଂ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ , ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି, ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପଠକ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଅନ୍ୟ ବିଜେପି ନେତାଙ୍କ ସହ ଏକ ରୋଡ ସୋ କରିଥିଲେ । ଏହି ରୋଡ୍ ସୋ ବିଜେପି ରାଜ୍ୟ ମୁଖ୍ୟାଳୟରୁ ଆରମ୍ଭ କରିଥିଲେ । ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ରାଜନାଥ ଲକ୍ଷ୍ନୌର ହନୁମାନ ସେତୁ ମନ୍ଦିରରେ ମଧ୍ୟ ପୂଜା କରିଥିଲେ।

Leave A Reply

Your email address will not be published.