Latest Odisha News

BREAKING NEWS

ବଦଳିଲା ରାଜପଥର ନାମ, ଏବେ କର୍ତ୍ତବ୍ୟପଥ ନାମରେ ହେବ ପରିଚିତ

ନୂଆଦିଲ୍ଲୀ :  ଭାରତର ସରକାର ଦିଲ୍ଲୀର ରାଜପଥର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନେତାଜୀ ପ୍ରତିମୂର୍ତ୍ତିରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ମାର୍ଗକୁ – କର୍ତ୍ତବ୍ୟପଥ ନାମରେ ନାମିତ କରାଯାଇଛି  ।  କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ମନ୍ତ୍ରୀ ମୀନାକ୍ଷୀ ଲେଖି ଆଜି ସୂଚନା ଦେଇଛନ୍ତି।

ରାଜପଥର ଦୂରତା ତିନି କିଲୋମିଟର। ଏହି ରାଜପଥରେ ହିଁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ଭବ୍ୟ ପରେଡର ଆୟୋଜନ କରାଯାଏ। ହେଲେ ଏହି ରାଜପଥର ନାମ କିଙ୍ଗ୍ସଓ୍ଵେ ଥିଲା। ନିକଟରେ କେନ୍ଦ୍ର ସରକାର ଏହାର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ।ଏକ ସ୍ୱତନ୍ତ୍ର ବୈଠକ ପରେ ନୂଆଦିଲ୍ଲୀ ମ୍ୟୁନିସିପାଲିଟି ପରିଷଦ(ଏନଡିଏମସି)ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖି ଏହାକୁ ଐତିହାସିକ ନିଷ୍ପତ୍ତି ଦର୍ଶାଇ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜପଥର ନାମ ପରିବର୍ତ୍ତନ କରିବାର ନିଷ୍ପତ୍ତି ମାତୃଭୂମିର ସେବା କରିବାରେ ଆମର ପ୍ରତିବଦ୍ଧତାକୁ ଦର୍ଶାଉଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ତୃତୀୟ ଥର ରାଜପଥର ନାମ ପରିବର୍ତ୍ତନ କରାଯାଇଛି। ବିଟ୍ରିଶ ଶାସନ ଅମଳରେ ଏହି ସଡକର ନାମ କିଙ୍ଗ୍ସଓ୍ଵେ ଥିଲା। ସ୍ଵାଧୀନତା ପରେ ଏହାର ନାମ ବଦଳାଇ ରାଜପଥ କରାଯାଇଥିଲା, ଯାହା କିଙ୍ଗଓ୍ଵେର ହିଁ ହିନ୍ଦୀ ଅନୁବାଦ ଥିଲା। ଏବେ ଏହାର ନାମ ପରିବର୍ତ୍ତନ କରାଯାଇ କର୍ତ୍ତବ୍ୟପଥ କରାଯାଇଛି।

 

 

 

 

 

Leave A Reply

Your email address will not be published.