Latest Odisha News

BREAKING NEWS

ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ପୂର୍ବତନ ସମାଜବାଦୀ ପାର୍ଟି ନେତା ଅମର ସିଂଙ୍କ ପରଲୋକ । ଆଜି ଅପରାହ୍ନରେ ୬୪ ବର୍ଷ ବୟସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଗତ କିଛି ବର୍ଷ ହେଲା ସେ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ କିଛି ମାସ ପୂର୍ବରୁ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

୨୦୧୩ ମସିହାରେ ତାଙ୍କର କିଡନୀ ଅକାମୀ ହୋଇଯାଇଥିଲା ।

Leave A Reply

Your email address will not be published.