ଭୁବନେଶ୍ୱର : ଘରୁ ବାହାରିଲେ ମାସ୍କ ପିନ୍ଧୁନାହାନ୍ତି କି ? ହାଟ ହବଜାରକୁ ଗଲା ବେଳେ ସାମାଜିକ ଦୂରତ୍ୱ ନିୟମ ମାନୁଛନ୍ତି ତ ? ନ ହେଲେ କମିଶନରେଟ୍ ପୋଲିସ ନେଇ ପାରେ କାର୍ଯ୍ୟାନୁଷ୍ଠାନ ।
କମିଶନରେଟ୍ ପୋଲିସ ପକ୍ଷରୁ ଶନିବାର ଏକ ହ୍ୱାଟସ୍ ଅପ୍ ନମ୍ବର ଜାରି କରାଯାଇଛି । ଏହି ହ୍ୱାଟସ୍ଆପ୍ ନମ୍ବରଟି ହେଉଛି ୭୪୪୦୦୦୬୭୦୯ । ଭୁବନେଶ୍ୱରରେ କୋଭିଡ୍ ନିୟମ ମାନୁ ନ ଥିବା ଘଟଣା ଆପଣଙ୍କ ନଜରକୁ ଆସିଲେ ଆପଣ ଏହି ନମ୍ବରରେ ଫଟୋ କିମ୍ବା ଭିଜୁଆଲ ପଠାଇ ପାରିବେ ।