Latest Odisha News

BREAKING NEWS

୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ନେଇ ରାକେଶ ମାରିଆଙ୍କ ବଡ ଖୁଲାସା

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ ଅଫିସର ତଥା ମୁମ୍ବାଇ ପୋଲିସ କମିଶନର ରାକେଶ ମାରିଆଙ୍କ ଆତ୍ମକଥା ରିଲିଜ ହେବା ପୂର୍ବରୁ ହିଁ ଚର୍ଚ୍ଚାରେ ଅଛି । ତାଙ୍କ ପୁସ୍ତକ ‘ଲେଟ୍ ମି ସେ ଇଟ୍ ନାଓ’ରେ ମୁମ୍ବାଇ ୨୬/୧୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏକମାତ୍ର ଜୀବିତ ଅବସ୍ଥାରେ ଗିରଫ ହୋଇଥିବା ଆତଙ୍କବାଦୀ ଅଜମଲ କସାବକୁ ନେଇ ବଡ ଖୁଲାସା ହୋଇଛି ।

ରାକେଶ ମାରିଆ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି କି, ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସଆଇ ୨୬/୧୧ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦର ନାଁ ଦେବାକୁ ଚେଷ୍ଟା କରିଥିଲା । ୧୦ ଆକ୍ରମଣକାରୀଙ୍କୁ ହିନ୍ଦୁ ସାବ୍ୟସ୍ତ କରିବା ପାଇଁ ତାଙ୍କ ସହିତ ନକଲି ପରିଚୟ ପତ୍ର ପଠାଇଥିଲା । କସାବ ପାଖରୁ ମଧ୍ୟ ଏମିତି ଏକ ପରିଚୟ ପତ୍ର ମିଳିଥିଲା, ଯେଉଁଥିରେ ସମୀର ଚୌଧୁରୀ ଲେଖା ହୋଇଥିଲା ।

ସେ ଆହୁରି ବି ଉଲ୍ଲେଖ କରିଛନ୍ତି କି, ମୁମ୍ବାଇ ପୋଲିସ ଆତଙ୍କବାଦୀ କସାବର ଫଟୋ ଜାରି କରିବାକୁ ଚାହୁଁନଥିଲା । କସାବ ବିଷୟରେ ସମସ୍ତ ତଥ୍ୟ ମିଡିଆ ଆଗରେ ଲିକ୍ ନହେଉ ବୋଲି ପୋଲିସ ଚେଷ୍ଟା କରିଥିଲା । ଅଣ୍ଡରୱାଲ୍ଡ ଡନ୍ ଦାଉଦ ଇବ୍ରାହିମର ଗ୍ୟାଙ୍ଗକୁ କସାବକୁ ମାରିବା ପାଇଁ ସୁପାରୀ ମିଳିଥିଲା ।

Leave A Reply

Your email address will not be published.