Latest Odisha News

BREAKING NEWS

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ପିଏମ୍ ଗ୍ରାନାଇଟ୍ ଏକ୍ସପୋର୍ଟକୁ ମିଳିଲା କନ୍ଥର-କୋଏରା ମାଙ୍ଗାନିଜ ଖଣି ବ୍ଲକ୍‌

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ପିଏମ୍ ଗ୍ରାନାଇଟ୍ ଏକ୍ସପୋର୍ଟ ପ୍ରା. ଲି.କୁ ସୁନ୍ଦରଗଡସ୍ଥିତ କନ୍ଥର-କୋଏରା ମାଙ୍ଗାନିଜ୍ ଖଣି ବ୍ଲକ୍ ମିଳିଛି ।

ପିଏମ୍ ଗ୍ରାନାଇଟ୍ ଏକ୍ସପୋର୍ଟ ପ୍ରା. ଲି. ବ୍ୟତିତ ଆନନ୍ଦ ଏକ୍ସପୋର୍ଟ, ୟାଜଦାନୀ ଷ୍ଟିଲ୍ ଆଣ୍ଡ ପାୱାର ଲି., ଟିପି ସାଓ ଆଣ୍ଡ ସନ୍ସ ପ୍ରା. ଲି., ରୁଙ୍ଗଣ୍ଟା ମାଇନ୍ସ ଲି. ଓ ବେଦାନ୍ତ କମ୍ପାନୀ ଏହି ଖଣି ନିଲାମର ଫାଇନାଲ୍ ରେସରେ ସାମିଲ ରହିଛନ୍ତି ।

ଏହି ଖଣିର ଆନୁମାନିକ ଗଚ୍ଛିତ ସମ୍ପଦ ୦.୬୧୫ ମ୍ୟାଟ୍ରିକ୍ ଟନ୍ ମାଙ୍ଗାନିଜ୍ ରହିଛି । ଏହି ଖଣିର ଲିଜ୍ ରୁଙ୍ଗଟା ସନ୍ସସ୍ ପ୍ରା. ଲି. ପାଖରେ ରହିଛି ।

ଏହି କମ୍ପାନୀ ଓଡିଶା ସରକାରଙ୍କୁ ୧୧୦.୦୪ ପ୍ରତିଶତ ବିକ୍ରିମୂଲ୍ୟ ଦେବାର ନିଷ୍ପତ୍ତି ଗ୍ରହଣ କରି ଉକ୍ତ ଖଣିକୁ ହସ୍ତଗତ କରିପାରିଛି ।

Leave A Reply

Your email address will not be published.