Latest Odisha News

BREAKING NEWS

ପୁରୁଣା ଫଟୋ ସେୟାର୍‌ କରି ରିଷିଙ୍କୁ ମନେ ପକାଇଲେ ପିଙ୍କି ରୋଶନ୍‌

ନୂଆଦିଲ୍ଲୀ: ବଲିଉଡ୍‌ର ଭେଟେରାନ୍ ଅଭିନେତା ରିଷି କପୁରଙ୍କ ମୃତ୍ୟୁକୁ ଅନେକ ମାସ ବିତିଯାଇଥିଲେ ବି ସେ ଏବେ ବି ଲୋକଙ୍କ ହୃଦୟରେ ରହିଛନ୍ତି। ଆଜି ବି ଲୋକେ ତାଙ୍କୁ ମନେ ପକାଉଛନ୍ତି। ନିକଟରେ ହ୍ରିତିକ୍‌ ରୋଶନଙ୍କ ମା ପିଙ୍କି ରୋଶନ୍‌ ରିଷି କପୁରଙ୍କ ପୁରୁଣା ଫଟୋ ସେୟାର କରି ‘ମିସ୍ ୟୁ ଭୟା’ ବୋଲି ଲେଖିଛନ୍ତି।

ପିଙ୍କି ରୋଶନ ସୋସିଆଲ ମିଡିଆରେ ରିଷି କପୁରଙ୍କ ଦୁଇଟି ସୁନ୍ଦର ଫଟୋ ସେୟାର କରିଥିଲେ। ଏହି ଫଟୋରେ ରିଷି କପୁର, ରାକେଶ ରୋଶନ ଏବଂ ନିତୁ କପୁରଙ୍କୁ ଦେଖିବାକୁ ମିଳିଛି। ପ୍ରଥମ ଫଟୋରେ, ରିଷି କପୁର ଏବଂ ରାକେଶ ରୋଶନଙ୍କ ପାରସ୍ପରିକ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି। ପିଙ୍କି ଏହି ପୋଷ୍ଟର କ୍ୟାପସନ୍ ଦେଇଛନ୍ତି, “ଫ୍ରେଣ୍ଡସ୍ ଆଟ୍‌ ୱାର୍କ # ୱି ମିସ୍ ୟୁ ଭୟା”।

Comments are closed.