Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ରାକ୍ଷୀ ସାୱନ୍ତ…

ମୁମ୍ବାଇ: ବଲିଉଡର କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାୱନ୍ତ। ନିଜର କିଛି ନା କିଛି ହରକତ ପାଇଁ ସର୍ବଦା ସେ ଚର୍ଚ୍ଚାର ବିଷୟ ପାଲଟନ୍ତି କେତେବେଳେ ନିଜକୁ ବଧୂ ବେଶରେ ସଜାଇ ତ ଆଉ କେତେବେଳେ କଣ୍ଟ୍ରୋଭର୍ସି ମାମଲାରେ ନିଜ ଚର୍ଚ୍ଚିତ ବୟାନ ଦେଇ ।

BjdElectrycity

ତେବେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଟାଣି ହୋଇ ଆସିଛନ୍ତି ରାକ୍ଷୀ । ଏଥର ଚର୍ଚ୍ଚାର କାରଣ କିନ୍ତୁ ଅଲଗା । ରାକ୍ଷୀଙ୍କୁ ଏଥର ଚର୍ଚ୍ଚାକୁ ଟାଣି ଆଣିଛି ପାକିସ୍ତାନୀ ପତାକା ।

୨୦୧୯ ରେ ସେ କରିଥିବା ଏକ ବିବାଦୀୟ ପୋଷ୍ଟ ପାଇଁ ସେ ପୁଣି ଚର୍ଚ୍ଚାକୁ ଟାଣି ହୋଇ ଆସିଛନ୍ତି । ଗତ ବର୍ଷ ପାକିସ୍ତାନର ଜାତୀୟ ପତାକାକୁ ରାକ୍ଷୀ ନିଜ ଦେହରେ ଘୋଡାଇ ଫୋଟୋ ଉଠାଇଥିଲେ । ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେ ଆଗକୁ କରୁଥିବା ଏକ ଚଳଚ୍ଚିତ୍ରର ଚରିତ୍ରର ଦୃଶ୍ୟ ଏହା । ରାକ୍ଷୀଙ୍କ କହିବାନୁଯାୟୀ ଏହି ଚଳଚ୍ଚିତ୍ର ଟିର ନାମ ରହିଛି ଧାରା 370 । ସେ ଲେଖିଛନ୍ତି, “ମୁଁ ମୋର ଭାରତକୁ ଭଲ ପାଏ କିନ୍ତୁ ଫିଲ୍ମ ଧାରା 370 ରେ ଏହା ମୋର ଚରିତ୍ର ଅଟେ।” ଭାରତରେ ଚାଲିଥିବା କାର୍ଯ୍ୟକଳାପ ଉପରେ ନିଜର ମତାମତ ପାଇଁଁ ରାକ୍ଷୀ କଙ୍ଗନା ରଣାୱତଙ୍କୁ ନିନ୍ଦା କରିଛନ୍ତି।

Leave A Reply

Your email address will not be published.