Latest Odisha News

BREAKING NEWS

ଏକାଡେମୀ ପୁରସ୍କାର ସଦସ୍ୟ ତାଲିକାରେ ନାହିଁ ରାଜାମୌଲୀଙ୍କ ନାଁ, ଫ୍ୟାନ୍ସ ହେଲେ ନିରାଶ

ମୁମ୍ବାଇ: ଦକ୍ଷିଣରୁ ଆରମ୍ଭ କରି ହଲିଉଡ଼ ଯାଏ ସବୁଠି ନିଜର ଚଳଚ୍ଚିତ୍ର ସହିତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନିର୍ଦ୍ଦେଶକ ଏସ୍ଏସ୍‌ ରାଜାମୌଲୀ। ଆଜି ବିଶ୍ୱର ଶୀର୍ଷ ନିର୍ଦ୍ଦେଶକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ସେ। ରାଜାମୌଲୀଙ୍କ ଚଳଚ୍ଚିତ୍ର ଆର୍‌ଆର୍‌ଆର୍‌ (RRR) ଏବଂ ବାହୁବଲୀ ବିଶ୍ୱ ସିନେମାରେ ନିଜର ପରିଚୟ ସୃଷ୍ଟି କରିଛି। ଆର୍‌ଆର୍‌ଆର୍‌ ର ଗୀତ ନାଟୁ-ନାଟୁ ଚଳିତ ବର୍ଷ ଓସ୍କାର ପୁରସ୍କାର ପାଇଛି। ବର୍ତ୍ତମାନ ଆର୍‌ଆର୍‌ଆର୍‌ ଟିମ୍‌ର ଅନେକ ସଦସ୍ୟ ଏକାଡେମୀ ପୁରସ୍କାରରେ ସଦସ୍ୟ ଭାବରେ ସାମିଲ ହୋଇଥିବା ବେଳେ ରାଜାମୌଲୀଙ୍କ ନାମ ଏହି ତାଲିକାରେ ସାମିଲ ହୋଇ ନାହିଁ।

ଏକାଡେମୀ ପୁରସ୍କାରର ସଦସ୍ୟ ଭାବରେ ଯୋଗଦେବାକୁ ଏକାଡେମୀ ଅଫ୍ ମୋଶନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଦ୍ୱାରା ରାମ ଚରଣ, ଜୁନିଅର ଏନଟିଆର, ଏମ୍‌ଏମ୍‌ କିରାୱନୀ, ସାବୁ ସିରିଲ, କେକେ ସେନ୍ଥିଲ୍ କୁମାର ଏବଂ ଚନ୍ଦ୍ରବୋସଙ୍କୁ ନିମନ୍ତ୍ରଣ କରାଯାଇଛି। କିନ୍ତୁ ଏସ୍‌ଏସ୍‌ ରାଜାମୌଲୀଙ୍କ ନାଁ ଏହି ତାଲିକାରେ ସାମିଲ ହୋଇନାହିଁ। ଏହି ବିଷୟରେ ସୂଚନା ପାଇଁ ଫ୍ୟାନ୍ସ ବହୁତ ଆଶ୍ଚର୍ଯ୍ୟ ହୋଇଛନ୍ତି। ରାଜାମୌଲୀ ଏ ସମ୍ପର୍କରେ ଟ୍ୱିଟ୍ କରି ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନା ଥାଉକି ଜୁନ୍ ୨୯ ରେ ଏକାଡେମୀ ପୁରସ୍କାର ଦ୍ୱାରା ଏକ ତାଲିକା ପ୍ରକାଶ ପାଇଲା, ଯେଉଁଥିରେ ଏକାଡେମୀ ପୁରସ୍କାରର ସଦସ୍ୟ ଭାବରେ ସାମିଲ ହେବାକୁ ଥିବା ନିର୍ଦ୍ଦେଶକ ଏବଂ ଅଭିନେତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିଲା। ଏହି ତାଲିକାରେ ଆର୍‌ଆର୍‌ଆର୍‌ ଦଳର ଛଅ ଜଣ ସଦସ୍ୟଙ୍କ ନାମ ରହିଛି। ଏଥର ୩୯୮ ନୂତନ ସଦସ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ୨୦୨୩ ବର୍ଷର ଓସ୍କାର ପୁରସ୍କାର ସମାରୋହ ପରେ ଏହା କୁହାଯାଉଥିଲା ଯେ ଏକାଡେମୀରେ ଡାୟଭର୍ସିଟିର ଅଭାବ ରହିଛି। ଏଠାରେ କେବଳ ନିଜ ବର୍ଗର ଲୋକଙ୍କୁ ପଦୋନ୍ନତି କରାଯାଉଛି।

Comments are closed.