ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମନ୍ଦିର ନିର୍ମାଣ ପୂର୍ବରୁ ଅସ୍ଥାୟୀ ମନ୍ଦିରରେ ଭଗବାନ ରାମଙ୍କର ହେବ ପୂଜାର୍ଚ୍ଚନା । ରାମ ମନ୍ଦିର ନିର୍ମାଣ ସ୍ଥାନରୁ ପ୍ରାୟ ଦେଢ଼ ଶହ ମିଟର ଦୂରରେ ଥିବା ମାନସ ମନ୍ଦିର ନିକଟରେ ଏହି ଅସ୍ଥାୟୀ ମନ୍ଦିର ନିର୍ମାଣ ହେବ । ଯେଉଁଠାରେ ଭଗବାନ ରାମ ବିରାଜମାନ କରିବେ । ଏହାରି ଭିତରେ ଆଜି ଦିଲ୍ଲୀରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରରେ ଏ ନେଇ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମନ୍ଦିର ନିର୍ମାଣର ତାରିଖ ଘୋଷଣା କରାଯିବା । ଏହା ସହ ମନ୍ଦିର ତିଆରିରେ କିଛି ନୂଆ ସଦସ୍ୟଙ୍କ ନାଁ ସାମିଲ ନେଇ ମଧ୍ୟ ଆଲୋଚନା ହୋଇପାରେ । ଏଥିସହ ବୈଠକରେ ସାଧାରଣ ଜନତାଙ୍କ ଠାରୁ ଅର୍ଥରାଶି ସହଯୋଗ ନିଆଯିବ ନା ନାହିଁ ତା ଉପରେ ମଧ୍ୟ ନିଷ୍ପତ୍ତି ହୋଇପାରେ । ଅଯୋଧ୍ୟାର ମାଷ୍ଟର ପ୍ଲାନ ଉପରେ ମଧ୍ୟ ଚର୍ଚ୍ଚା ହେବ ।
ନୂଆଦଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରସ୍ତାବିତ ବୈଠକ ପାଇଁ ଟ୍ରଷ୍ଟର ୩ ଜଣ ସଦସ୍ୟ ଅଯୋଧ୍ୟାରୁ ପ୍ରସ୍ଥାନ କରିଛନ୍ତି । ଭୂମି ପୂଜନ ମାର୍ଚ୍ଚ ୨୫ରୁ ଏପ୍ରିଲ ୮ ତାରିଖ ମଧ୍ୟରେ କରିବା ପୂର୍ବରୁ ଟ୍ରଷ୍ଟ ପ୍ରଥମେ ମନ୍ଦିର ନିର୍ମାଣ ତାରିଖ ନିର୍ଦ୍ଦାରଣ କରିବ । କିନ୍ତୁ ମନ୍ଦିର ନିର୍ମାଣ କରିବାରେ ଏବେ ସମୟ ଲାଗିବ । କାରଣ ଟ୍ରଷ୍ଟ ମନ୍ଦିର ନିର୍ମାଣସ୍ଥଳର ମାଟି ଯାଂଚ କରିବା ଲାଗି ଭୂଗର୍ଭ ଶାସ୍ତ୍ରୀ ଓ ବାସ୍ତୁଶାସ୍ତ୍ରୀଙ୍କ ଠାରୁ ମତାମତ ଲୋଡିଛି । କେବଳ ସେତିକି ନୁହେଁ ମନ୍ଦିର ନିର୍ମାଣ କେଉଁ କମ୍ପାନୀକୁ ଦିଆଯିବ, ସେହି ପ୍ରସଙ୍ଗରେ ମଧ୍ୟ ବୈଠକରେ ନିଷ୍ପତ୍ତି ହେବ ।
BREAKING NEWS
- Weather Update: ଆହୁରି ତାତିବ ଓଡିଶା; ୩ ଡିଗ୍ରୀ ବଢ଼ିବ ତାପମାତ୍ରା
- Matric Result: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଅପଡେଟ୍, ଏହି ଦିନ ବାହାରିବ ଫଳାଫଳ
- ୱେଟ ଲିଫ୍ଟିଂରୁ ବଡି ବିଲ୍ଡିଂ ସବୁଥିରେ ଜିତି ଚାଲିଛନ୍ତି ବିଶ୍ୱଜିତ
- Baby Elephant Died: କୂଅରେ ପଡି ହାତୀଛୁଆ ମୃତ
- ଜିତିବା ପଛର ରହସ୍ୟ ଉଜାଗର କଲେ ସୂର୍ଯ୍ୟକୁମାର
- Delhi Liquor Policy Case: ନିର୍ଦ୍ଦୋଷରେ ଖଲାସ ହେଲେ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ, କୋର୍ଟର ନିଷ୍ପତ୍ତି ଶୁଣି କାନ୍ଦି ପକାଇଲେ…
- Afghanistan-Pakistan War: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଛିଡ଼ିଲା ଯୁଦ୍ଧ, ‘ଖୋଲା ଯୁଦ୍ଧ’ ଘୋଷଣା କଲା ପାକିସ୍ତାନ
- Rasmika Bijay Weeding: ରଶ୍ମିକାଙ୍କ ବେକରେ ମଙ୍ଗଳସୂତ୍ର ପିନ୍ଧାଇବା ବେଳେ କାହିଁକି ଅସହଜ ଅନୁଭବ କରିଥିଲେ ବିଜୟ?
- Rashmika Vijay Wedding : “ମୋ ସ୍ୱାମୀ ବିଜୟ…”, ବିବାହର ଫଟୋ ସେୟାର କରି ଭାବପ୍ରବଣ କ୍ୟାପସନ୍ ଲେଖିଲେ ରଶ୍ମିକା, ଆଖି ଝଲସି ଯିବା ଭଳି ମୁହୂର୍ତ୍ତ…
- Amit Shah To Visit Odisha: ଆସନ୍ତା ୫ ତାରିଖରେ ଓଡ଼ିଶା ଆସୁଛନ୍ତି ଅମିତ୍ ଶାହ
Comments are closed.