Latest Odisha News

BREAKING NEWS

ତାଜମହଲ ଭିତରକୁ ଯିବନି ଟ୍ରମ୍ପଙ୍କ ଗାଡି: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ ତାଜହମଲ ପରିସରକୁ ଯାଇପାରିବ ନାହିଁ । ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବାରଣ କରାଯାଇଛି । ତାଜମହଲ ସଂରକ୍ଷଣକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ ।
କୋର୍ଟ କହିଛନ୍ତି ଯେ, ତାଜମହଲ ପରିସର ଭିତରକୁ କୌଣସି ଗାଡି ଯାଇ ପାରିବ ନାହିଁ । ଏହାର ୫ଶହ ମିଟର ପରିସୀମା ମଧ୍ୟରେ ପେଟ୍ରୋଲ ତଥା ଡିଜେଲ ଚାଳିତ ଯାନ ଯାଇପାରିବ ନାହିଁ । ତାଜମହଲକୁ ପ୍ରଦୂଷଣରୁ ବଂଚାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ତାଜମହଲକୁ ସଂରକ୍ଷଣ ଦିଅ ଅବା ଏହାକୁ ବନ୍ଦ କରି ଦିଅ ବୋଲି ସୁପ୍ରିମକୋର୍ଟ କଡା ଭାଷାରେ କହିଛନ୍ତି ।
ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଗସ୍ତ ବେଳେ ସେ ଆଗ୍ରା ଯାଇ ତାଜମହଲ ଦେଖିବେ । ଏହି ସମୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସୁପର କାର ତାଜହମଲ କ୍ୟାମ୍ପସ ଭିତରକୁ ପ୍ରବେଶ କରିବ ବୋଲି ସୂଚନା ମିଳିଥିଲା । ଏହାକୁ ନେଇ ବିବାଦ ଉପୁଜିଥିଲା ।

BjdElectrycity
Leave A Reply

Your email address will not be published.