ବ୍ୟୁରୋ: ବଲିଉଡର ମୋଷ୍ଟ ଆୱେଟେଡ୍ ଫିଲ୍ମ ରାମାୟଣର ରିଲିଜ୍ ହୋଇଛି ଏକ ନୂଆ ଗୀତ । ନମିତ ମଲହୋତ୍ରାଙ୍କ ପ୍ରଯୋଜିତ, ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ପୌରାଣୀକ କାହାଣୀର ସବୁଠାରୁ ସୁନ୍ଦର ଦୃଶ୍ୟ ଶ୍ରୀରାମ ଓ ମା ସୀତାଙ୍କ ବିବାହ ବେଳର ଏକ ଗୀତ ‘ମଙ୍ଗଲ ରଙ୍ଗ ‘ରିଲିଜ୍ ହୋଇଛିା ରାମାୟଣ – ଆମ ସତ, ଆମ ଇତିହାସକୁ ନିଖୁଣ ଭାବେ ଦର୍ଶାଇବାକୁ ପ୍ରାଣ ଲଗାଇଦେଇଛନ୍ତି କ୍ରୀୟୁ । ତେବେ ଡକ୍ଟର କୁମାର ବିଶ୍ୱାସଙ୍କ ସୁନ୍ଦର ସଂଳାପକୁ ସ୍ୱରରେ ସଜାଇଛନ୍ତି ଏ. ଆର ରେହମନ । ଗୀତରେ କଣ୍ଠ ଦେଇଛନ୍ତି ଅରିଜିତ୍ ସଂ ଓ ଶ୍ରେୟା ଘୋଷାଲ । ୨ମିନିଟ୍ ୧୫ ସେକେଣ୍ଡର ଏହି ଭିଡିଓରେ ଶ୍ରୀରାମଙ୍କ ଭୂମିକାରେ ଥିବା ରଣବୀର କପୁର ଓ ମା ସୀତାଙ୍କ ରୋଲ୍ ପ୍ଲେ କରୁଥିବା ସାଇ ପଲ୍ଲବୀଙ୍କ କେମେଷ୍ଟ୍ରୀ ନଜର ଆସିଛିା ଯାହାକୁ ଫ୍ୟାନ୍ ଖୁବ୍ ପ୍ରଶଂସା କରିଛନ୍ତି । ପ୍ରେମ, ଧମ ର୍ ଓ ମର୍ଯ୍ୟାଦା ପାଇଁ ଲଢିଥିବା ଏକ ମହାକାବ୍ୟର ମହାଯୁଦ୍ଧକୁ ପୁଣି ବଡ ସ୍କ୍ରିନରେ ଦେଖିବେ ଫିଲ୍ମ ପ୍ରେମୀ । ସୋସିଆଲ ମିଡିଆରେ ଯୁବପିଢୀଙ୍କୁ ଚଢିଛି ମଙ୍ଗଲ ରଙ୍ଗର ରଙ୍ଗ । ଗୀତରେ ଲିଡ୍ ଅଭିନେତା ଓ ଅଭିନେତ୍ରୀଙ୍କ ରୋମାଂଟିକ ସିନକୁ ଏକ୍ସପ୍ଲୋର କରାଯାଇଛି । ନେଟିଜେନ୍ସ ରଣବୀର ଓ ସାଇ ପଲ୍ଲବୀଙ୍କ ଯୋଡୀକୁ କ୍ୟୁଟ୍ ବୋଲି କହିବା ଆରମ୍ଭ କରିଦେଲେଣି । ପ୍ରଭୁ ରାମ ଓ ସୀତାଙ୍କ ଭୂମିକାରେ ଥିବା ରଣବୀର ଓ ସାଇ ପଲ୍ଲବୀଙ୍କ ସୁନ୍ଦର ବଣ୍ଡିଂ ଆଉ ଅଭିନୟର ପ୍ରଶଂସା କରାଯାଉଛି ।
ଫିଲ୍ମଟି ଦିପାବଳୀ ଅବସରରେ ଆସନ୍ତା ନଭେମ୍ବର ୫ରେ ଥ୍ରୀଡି ଓ ଆଇମାକ୍ସ ଥ୍ରୀଡିରେ ରିଲିଜ୍ ହେବ । ଫିଲ୍ମର ଅନ୍ୟାନ୍ୟ ଭାଇଟାଲ୍ ରୋଲରେ ନଜର ଆସିଛନ୍ତି ୟଶ୍, ସନ୍ନି ଦେଓଲ, ରବି ଦୁବେ, ରକୁଲ ପ୍ରୀତ ସିଂ, ଅରୁଣ ଗୋଭିଲ, ଲାରା ଦତ୍ତ ।

