ଚେନ୍ନାଇ: ରାଜନୀତିରେ ଡେବ୍ୟୁ କରିପାରନ୍ତି ସାଉଥ ଷ୍ଟାର୍ ଧନୁଷ । ଏନେଇ କଳ୍ପନା ଜଳ୍ପନା ଭିତରେ ଆଜି ସେ ଚେନ୍ନାଇରେ ୩ହଜାର ମହିଳା ପ୍ରଶଂସକଙ୍କୁ ଦେଖାକରିବାର ଯୋଜନା ରହିଛି । ଧନୁଷଙ୍କ ରାଜନୀତିରେ ପ୍ରବେଶ ଚର୍ଚ୍ଚାକୁ ଆହୁରି ଦୁଇଗୁଣ କରୁଛି ଆଜିର ଏହି ମିଟିଂ କାର୍ଯ୍ୟକ୍ରମ । ଏହାକୁ କଂଗ୍ରେସ କଡା ସମାଲୋଚନା କରିଛି । କଂଗ୍ରେସ କହିବା କଥା ଧନୁଷଙ୍କ ଏହି ମିଟିଂ ବିଜେପିର ଚାଲ୍ । ବିଜେପିର ଏହା ହେଉଛି ଅପରେସନ୍ ଡି । ନିକଟରେ ଧନୁଷ ଫ୍ୟାନ୍ କ୍ଲବ୍ର ନାମ ବଦଳାଇ ଧନୁଷ କଲ୍ୟାଣ ଆନ୍ଦୋଳନ କରାଯାଇଥିଲା । ଏହାର କିଛିଦିନ ପରେ ଏମିତି ଏକ ମିଳନ ପର୍ବ ଆକ୍ଟର ଧନୁଷଙ୍କ ରାଜନୈତିକ ପ୍ରବେଶ ଉପରେ ବଡ ଗ୍ରୀନ ସିଗନାଲ ଦେଉଛି । ତାମିଲନାଡୁ ରାଜନୀତିରେ ପ୍ରବେଶ କରିବା ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଦକ୍ଷିଣ ଭାରତୀୟ ଅଭିନେତା ଧନୁଷ ରବିବାର ଅଫିସିଆଲ ଫ୍ୟାନ କ୍ଲବର ୩ହଜାରରୁ ଅଧିକ ମହିଳା ସଦସ୍ୟଙ୍କୁ ଭେଟିବେ । ୪୩ବର୍ଷୀୟ ଏହି ଅଭିନେତା ଚେନ୍ନାଇ ଉପକଣ୍ଠରେ ଥିବା ଘରୋଇ ଇଂଜିନିୟରିଂ କଲେଜରେ ପ୍ରଶଂସକ କ୍ଲବର ମହିଳା କାର୍ଯ୍ୟନିର୍ବାହୀ ଏବଂ ସ୍ୱେଚ୍ଛାସେବକଙ୍କୁ ଭେଟିବେ । ଅକ୍ଟୋବର ୧୪ରେ କୋଏମ୍ବାଟୁରରେ ଏକ କାର୍ଯ୍ୟନିର୍ବାହୀ ବୈଠକରେ ପ୍ରଶଂସକ କ୍ଲବର ନାମ ବଦଳାଇଥିଲେ । ହାତ ଯୋଡି, ଲାଲ ତାରା ଏବଂ ଏକ ବୃତାକାର ଲାଲ ଧଳା ସୀମାରେ ଘେରି ରହିଥିଲା ଏକ ନୂତନ ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଥିଲା । ତେଣୁ ଏସବୁକୁ ଦେଖି କଂଗ୍ରେସ ତାର ଗଣନା ଆରମ୍ଭ କରିଦେଇଛି । ତାମିଲନାଡୁରେ ବିଜେପିର ଅପରେସନ ଡି ବୋଲି କଂଗ୍ରେସ କହିଛି । । ବିଜେପି ଫିଲ୍ମ ତାରକାଙ୍କୁ ନିଜ ମୁଖା କରିବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ କହିଛି । ପୂର୍ବରୁ ରଜନୀକାନ୍ତଙ୍କୁ ନେଇ ଦଳ ଗଢିବାକୁ ଚେଷ୍ଟା କରିଥିଲେ ଏବେ ପାଳି ଧନୁଷଙ୍କର ।
ଜୁଲାଇ ୨୭ରେ ତିରୁଭାଲୁର ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଧନୁଷ ନିଜ ପ୍ରଶଂସକଙ୍କୁ କେବଳ ଫିଲ୍ମ ସମ୍ବନ୍ଧିୟ କାର୍ଯକ୍ରମରେ ସୀମିତ ନରହି ସାମାଜିକ କଲ୍ୟାଣମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଆହ୍ୱାନ ଦେଇଥିଲେ । ଗତସପ୍ତାହରେ ଧନୁଷ ଦିଲ୍ଲୀ ଯାଇଥିଲେ ରାଜନୈତିକ ନେତାଙ୍କୁ ଭେଟିବାକୁ । ତେଣୁ ଯଦି ବିଜୟ ରାଜନୀତିରେ ପ୍ରବେଶ କରୁଛନ୍ତି ଧନୁଷ କାହିଁକି ନୁହେଁ ବୋଲି ମଧ୍ୟ ଡିଏମକେ ନେତା ଏସ୍ ରେଗୁପତି କହିଛନ୍ତି ।

