Latest Odisha News

BREAKING NEWS

କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ବ୍ରିଜ ଭୂଷଣଙ୍କୁ ଜେଲ୍‌ ଦଣ୍ଡ ମିଳିବା ଉଚିତ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ମହିଳା କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ଯୋଗ ଗୁରୁ ବାବା ରାମଦେବ। ବ୍ରିଜ ଭୂଷଣଙ୍କୁ କଡ଼ା ସମାଲୋଚନା କରିବା ସହିତ ତାଙ୍କୁ ଜେଲ୍‌ରେ ପୂରାଇବା ଦରକାର ବୋଲି ରାମଦେବ କହିଛନ୍ତି।

ଏନେଇ ରାମଦେବ କହିଛନ୍ତି “କୁସ୍ତି ସଂଘ ଅଧ୍ୟକ୍ଷଙ୍କ ବିରୋଧରେ ଲାଗିଥିବା ଅଭିଯୋଗ, ଓ ଏଥିପାଇଁ କୁସ୍ତି ଯୋଦ୍ଧାମାନେ ଜନ୍ତରମନ୍ତରରେ ଧାରଣା ଦେବା ଅତ୍ୟନ୍ତ ଲଜ୍ଜାଜନକ। ଏଭଳି ଲୋକଙ୍କୁ ତୁରନ୍ତ ଗିରଫ କରି ଜେଲ୍‌ରେ ଭର୍ତ୍ତି କରିବା ଉଚିତ। ସେ ପ୍ରତିଦିନ ମାଆ ଭଉଣୀଙ୍କ ବିଷୟରେ ଫାଲତୁ କଥା କହୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଦୃଷ୍ଟ କାର୍ଯ୍ୟ ଓ ଏହା ପାପ ମଧ୍ୟ।”

ରାଜସ୍ଥାନର ଭିଲୱାରାରେ ଏକ ତିନିଦିନିଆ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଲୋକଙ୍କୁ ଯୋଗ ଶିଖାଉଥିବା ବେଳେ ରାମଦେବଙ୍କୁ ବ୍ରିଜ ଭୂଷଣଙ୍କ ବିଷୟରେ ପଚରାଯାଇଥିଲା। ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ବି କାହିଁକି ତାଙ୍କୁ ଗିରଫ କରାଯାଉ ନାହିଁ ବୋଲି ପଚାରିବାରୁ ରାମଦେବ କହିଥିଲେ ମୁଁ କେବଳ ପ୍ରତିକ୍ରିୟା ଦେଇପାରିବି।  ତାଙ୍କୁ ଜେଲ୍‌ରେ ରଖିପାରିବି ନାହିଁ।

ରାମଦେବ କହିଥିଲେ “ମୁଁ ସମସ୍ତ ପ୍ରଶ୍ନର ରାଜନୈତିକ ଭାବେ ଉତ୍ତର ଦେବାକୁ ସମର୍ଥ। ମୁଁ ବୌଦ୍ଧିକ ରୂପରେ ଦେବାଳିଅ ନୁହେଁ କି ମାନସିକ ଓ ବୌଦ୍ଧିକ ଦିଗରେ ଭିନ୍ନକ୍ଷମ ନୁହେଁ। ଦେଶ ପାଇଁ ମୋର ଗୋଟେ ଦୂର ଦୃଷ୍ଟି ଅଛି। ହେଲେ ମୁଁ ଯେତେବେଳେ ରାଜନୈତିକ ଦୃଷ୍ଟିକୋଣରୁ କୌଣସି ଉତ୍ତର ଦେଉଛି ସେତେବେଳେ ମାମଲା ଓଳଟା ହୋଇ ବିବାଦ ଛିଡ଼ା କରୁଛି। ”

Leave A Reply

Your email address will not be published.