Latest Odisha News

BREAKING NEWS

ସରିଲା ପ୍ରାଣ ପ୍ରତିଷ୍ଠା, ଆସନ୍ତା କାଲିଠାରୁ ସାଧାରଣ ଦର୍ଶନ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା। ମନ୍ତ୍ର ଉଚ୍ଚାରଣ ଓ ଶଙ୍ଖନାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି। ଆଜି ଅଯୋଧ୍ୟାରେ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଭଗବାନ ରାମଲାଲା ନିଜର ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି। ଅଭିଜିତ ମୂହୁର୍ତ୍ତରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ୮୪ ସେକେଣ୍ଡ ମଧ୍ୟରେ ପ୍ରଧାନମନ୍ତ୍ରୀ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି।

ଆଜି ଯୋଗରେ ୫୦୦ ବର୍ଷର ଅପେକ୍ଷା ସମାପ୍ତ ହେଲା। ଅଯୋଧ୍ୟାରେ ନବନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲାଲା ବସିଛନ୍ତି। ଶଙ୍ଖନାଦ ଏବଂ ମନ୍ତ୍ରୋଚାରଣ ମଧ୍ୟରେ ରାମଲାଲା ତାଙ୍କ ମହାନ ଗର୍ଭଗୃହରେ ବିରାଜମାନ ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ ଶୁଭ ମୂହୁର୍ତ୍ତରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିଲେ। ଏହା ପରେ ଅଯୋଧ୍ୟାରେ ଜୟ ଶ୍ରୀ ରାମର ନାରା ଗୁଞ୍ଜରିତ ହୋଇଥିଲା। ଏହା ପରେ ରାମ ମନ୍ଦିର କମ୍ପ୍ଲେକ୍ସରେ ହେଲିକପ୍ଟରରୁ ପୁଷ୍ପ ବର୍ଷା କରାଯାଇଥିଲା। ଗର୍ଭଗୃହରେ ରାମ ଲାଲାଙ୍କ ସମର୍ପଣ ସମୟରେ ପିଏମ ମୋଦୀଙ୍କ ସହ ଆରଏସଏସ ମୁଖ୍ୟ ମୋହନ ଭଗବତ, ସିଏମ ଯୋଗୀ ଏବଂ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଉପସ୍ଥିତ ଥିଲେ। ଆସନ୍ତାକାଲି ଠାରୁ ସକାଳ ୮ଟାରୁ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ।

Comments are closed.