Latest Odisha News

BREAKING NEWS

ରାସ୍ତା ମଝିରେ ଧାରଣାରେ ବସି ରାହୁଲ ଗାଇଲେ- ରଘୁପତି ରାଘବ ରାଜାରାମ

ଆସାମ: ନବମ ଦିନରେ ପହଞ୍ଚିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ବର୍ତ୍ତମାନ ଆସାମରେ ଚାଲିଛି ରାହୁଲଙ୍କ ପଦଯାତ୍ରା । ତେବେ ଆସାମର ବତାଦ୍ରଭା ଅଞ୍ଚଳରେ ବୈଷ୍ଣବ ସାଧୁ ଶ୍ରୀମନ୍ତ ଶଙ୍କରଦେବଙ୍କ ମନ୍ଦିରକୁ ରାହୁଲଙ୍କ ପ୍ରବେଶ ଉପରେ ରପକ ଲାଗିଥିବାରୁ ରାସ୍ତାରେ ଉପରେ ଧାରଣାରେ ବସି ରାହୁଲ ‘ରଘୁପତି ରାଘବ ରାଜାରାମ’ ଧୁନ୍‌ ଗାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଆସାମର ବୈଷ୍ଣବ ସାଧୁ ଶ୍ରୀମନ୍ତ ଶଙ୍କରଦେବଙ୍କ ମନ୍ଦିରରେ ରାହୁଲ ଗାନ୍ଧୀ ପୂଜାର୍ଚ୍ଚନା କରିବାକୁ ଯାଉଥିବାବେଳେ ତାଙ୍କୁ ରୋକା ଯାଇଥିଲା । ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ନ ୩ଟା ବେଳକୁ ତାଙ୍କୁ ମନ୍ଦିରକୁ ଯିବାକୁ ଅନୁମତି ମିଳିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି । ତେଣୁ ଏଥିରେ କ୍ଷୋଭ ପ୍ରକାଶ କରି ରାହୁଲ ଗାନ୍ଧୀ ଧାରଣାରେ ବସିଛନ୍ତି । ଧାରଣାରେ ବସିଥିବା ରାହୁଲ କହିଛନ୍ତି ଯେ, ସେ କେବଳ ପୂଜା କରିବାକୁ ଚାହାଁନ୍ତି ତଥାପି ତାଙ୍କୁ ମନ୍ଦିରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ । ରାହୁଳ କହିଛନ୍ତି ଯେ, ମନ୍ଦିର ଦର୍ଶନ କିଏ କରିପାରିବେ, ଏ କଥା କ’ଣ ଏବେ ପ୍ରଧାନମନ୍ତ୍ରୀ ମୋଦୀ ସ୍ଥିର କରିବେ? ତାଙ୍କୁ ଅଟକାଇବା ବେଳେ ଏକ ସୁରକ୍ଷାକର୍ମୀଙ୍କୁ ଏହି ପ୍ରଶ୍ନ ପଚାରିଛନ୍ତି ରାହୁଲ ।

 

Leave A Reply

Your email address will not be published.