Latest Odisha News

BREAKING NEWS

କରୀନାଙ୍କୁ ଟାର୍ଗେଟ କଲେ କଙ୍ଗନା, ୬ ପ୍ରଶ୍ନର ଉତ୍ତର ଦେବାକୁ କହିଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ପରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଦୁଇ ଭାଗ ହୋଇଯାଇଛି କହିଲେ ଭୁଲ ହେବ ନାହିଁ । ଏହି ଲଢ଼େଇ ବିଶେଷ ଭାବେ ଇନସାଇଡର ଓ ଆଉଟସାଇଡର ମଧ୍ୟରେ ଆରମ୍ଭ ହୋଇଛି । ସୁଶାନ୍ତ ମୃତ୍ୟୁ ପରେ ବଲିଉଡ କୁଇନ କଙ୍ଗନା ରାନାୱତ ନେପୋ କିଡ୍ସଙ୍କୁ ଟାର୍ଗେଟ କରିଛନ୍ତି । କରୀନା କାପୁର ଏ ନେଇ ମୁହଁ ଖୋଲିବା ପରେ କଙ୍ଗନା ଟିମ୍ ସେମାନଙ୍କ ପକ୍ଷ ରଖିଛନ୍ତି । ଏହି ଅବସରରେ କଙ୍ଗନାଙ୍କ ସୋସିଆଲ ଟିମ୍ କରୀନାଙ୍କ ୬ ପ୍ରଶ୍ନ କରିଛନ୍ତି ।

ସେଗୁଡିକ ହେଲା ୧) ଆପଣଙ୍କ ପ୍ରିୟ ବନ୍ଧୁ କଙ୍ଗନାଙ୍କୁ ଇଣ୍ଡଷ୍ଟ୍ରି ଛାଡିବାକୁ କହି ନ ଥିଲା ? ୨) ସୁଶାନ୍ତଙ୍କୁ କାହିଁକି ବଡ ପ୍ରଡକ୍ସନ ଟିମ୍ ବାସନ୍ଦ କରିଥିଲେ ? ୩) ସେମାନେ କଣ କଙ୍ଗନାଙ୍କୁ ଡାହାଣୀ ଆଉ ସୁଶାନ୍ତଙ୍କୁ ବଳାତ୍କାରୀ କହି ନ ଥିଲେ ? ୪)ଆପଣଙ୍କ ଇକୋ ସିଷ୍ଟମ କଙ୍ଗନା ଓ ସୁଶାନ୍ତଙ୍କୁ ପରୋକ୍ଷ ଭାବେ ଏକୁଟିଆ କରି ନ ଥିଲେ ? ୫) ଆପଣଙ୍କ ବନ୍ଧୁ କଣ ବିବାହ ଆଶ୍ୱସନା ଦେଇ ଏଥିରୁ ହଟିବା ସହ ଅପରାଧିକ ମାମଲା ରୁଜୁ କରି ନ ଥିଲେ ? ୬) ସୁଶାନ୍ତ ଓ କଙ୍ଗନାଙ୍କୁ ପାର୍ଟିରେ ସାମିଲ ନ କରିବା ଏବଂ ଏକୁଟିଆ କରାଯିବା ବେଳେ ଆପଣ କେଉଁଠି ଥିଲେ ? ଆପଣ ଏହି ପ୍ରଶ୍ନର ଉତ୍ତର ଦେଇ ଦେଲେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି କଙ୍ଗନାଙ୍କ ଟିମ୍ ଲେଖିଛନ୍ତି ।

Leave A Reply

Your email address will not be published.