ନୂଆଦିଲ୍ଲୀ:ଏସଏଏଫ ଯବାନ ରାକେଶ ରାଣା ଶେଷରେ ନିଶର ଗାରିମା ଲଢ଼େଇରେ ବିଜୟ ହାସଲ କରିଛନ୍ତି । ସହାୟକ ପୋଲିସ ମହା ନିରୀକ୍ଷକ ପ୍ରଶାନ୍ତ ବର୍ମା ନିଶ ଯୋଗୁ ରାକେଶଙ୍କୁ ନିଲମ୍ବିତ କରିଥିଲେ । ଜଣେ ରାଜପୁତ ହୋଇଥିବାରୁ ଏହି ନିଶ କାଟିବି ନାହିଁ ବୋଲି ରାକେଶ କହିଥିଲେ । ଏହି ଖବର ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଥିଲା ।
ଗୃହ ମନ୍ତ୍ରୀ ନରୋତମ ମିଶ୍ର ଏହି ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଡିଜିପିକୁ ରିପୋର୍ଟ ପ୍ରଦାନ କରିବା ପାଇଁ କହିଥିଲେ । ଶେଷରେ ଏଡିଜି ଅନୀଲ କୁମାର ଚାକିରୀରେ ଯୋଗ ଦେବା ପାଇଁ ରାଣାଙ୍କୁ ମୌଖିକ ଆଦେଶ ଦେଇଥିଲେ । ରାଣା ଏମଟି ପୁଲରେ ରିଜର୍ଭ ଡ୍ରାଇଭର ଭାବେ କାର୍ଯ୍ୟ କରୁଛନ୍ତି ।
Comments are closed.