Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ସୁବର୍ଣ୍ଣରେଖା: ନଦୀ ଗର୍ଭରୁ ବାହାରୁଛି ସୁନା

ଛତିଶଗଡ଼: ସୁବର୍ଣ୍ଣରେଖାରୁ ବାହାରୁଛି ସୁନା । ଏହି ଘଟଣା ବିଶ୍ୱାସ ନହେଲେ ବି ସତ। ଝାଡଖଣ୍ଡରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ବର୍ଷ ବର୍ଷ ଧରି ଏହି ନଦୀରୁ ସୁନା ବାହରୁଥିବା ବେଳେ କିଛି ନା କିଛି ସୁନା ବାଲିରୁ ସଂଗ୍ରହ କରି ପାଖ କିଛି ଗାଁର ଲୋକେ ପରିବାର ପ୍ରତିପୋଷଣ କରୁଛନ୍ତି । ଏହି ସୁନା ପାହାଡରୁ ଖସି ଆସୁଥିବା କହୁଥିବା ବେଳେ କିଛି ନଦୀ ଗର୍ଭରୁ ବାହାରୁଥିବା କୁହନ୍ତି ।

ପିଢୀ ପରେ ପିଢୀ ଲୋକେ ଏହି ସୁନା ସଂଗ୍ରହରେ ନିୟୋଜିତ ଥିବା ବେଳେ ଏହି ସୁନା କିନ୍ତୁ କେଉଁଠାରୁ ଆସୁଛି ତାହା କାହାକୁ ବି ଜଣା ନାହିଁ। ଦେଖିବା ସୁନାକୁ ନେଇ ଏହି ରହସ୍ୟମୟ ରିପୋର୍ଟ . . .    ନଦୀ ଗର୍ଭରୁ ମିଳୁଛି ସୁନା। ଏହି ଘଟଣା ବିଶ୍ୱାସ ନହେଲେ ବି ସତ। ରାତି ପାହିଲେ ନଦୀରୁ କିଛି ନା କିଛି ସୁନା ମିଳିଥାଏ। ଗାଁର ଲୋକେ ବି ରାତିପାହିଲେ ମାତ୍ରକେ ଲାଗିପଡ଼ିଥାନ୍ତି ସୁନା ଖୋଜିବାରେ।

ଝାଡ଼ଖଣ୍ଡରେ ବହିଚାଲିଛି ସୁବର୍ଣ୍ଣରେଖା। ଯାହା ହେଉଛି ସୁନାର ଗନ୍ତାଘର। ଝାଡଖଣ୍ଡର ତମାଣ୍ଡ ଓ ସାରଂଡା ଅଞ୍ଚଳର ଲୋକଙ୍କ ପାଇଁ ଏହା ବରଦାନ ସଦୃଶ। ଗାଁର ଲୋକେ ଦିନ ତମାମ ଲାଗିପଡ଼ିଥାନ୍ତି ବାଲିରୁ ଛାଣି ସୁନା ବାହାର କରିବାରେ।। ପିଢୀ ପରେ ପିଢୀ ଏହି ନଦୀରୁ ସୁନା ସଂଗ୍ରହ ଚାଲିଛି। ପରିବାରର ଛୋଟରୁ ବଡ଼ ସମସ୍ତେ ଏହି ନଦୀରୁ ସୁନା ଛାଣିବାରେ ବ୍ୟସ୍ତ। ପ୍ରତିଦିନ କିଛି ନାକଛି ସୁନା ସଂଗ୍ରହ କରି ବଜାରରେ ବିକି ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି।

ହେଲେ ବର୍ଷ ବର୍ଷ ଧରି ଏହି ନଦୀରୁ ସୁନା ଆସୁଛି କେଉଁଠାରୁ। ପ୍ରତିଦିନ ଅଳ୍ପ ହେଉ ପଛେ ବାଲିରୁ ସୁନା ଛାଣିଥାନ୍ତି ଗାଁର ଲୋକ ମାନେ।

ତେବେ ବହୁ ଗବେଷଣା ଅନୁସାରେ ସୁବର୍ଣ୍ଣରେଖା ନଦୀ ପାହାଡରୁ ବାହାରିଥିବା ବେଳେ ପାହାଡରେ ଗଚ୍ଛିତ ସୁନା ଏହି ନଦୀର ଧାରରେ ବହିଆସୁଥିବା ଅନୁମାନ କରାଯାଉଛି। ସେହିଭଳି ସୁବର୍ଣ୍ଣରେଖାର ଏକ ଶାଖାନଦୀ କରକରୀରେ ମଧ୍ୟ ଏହି ସୁନା ଆସୁଥିବା କୁହାଯାଉଛି।ପାହାଡରେ ଗଚ୍ଛିତ ସୁନା ନା ଆଉ କେଉଁଠାରୁ ଏହି ସୁନା ବାହାରୁଛି ତାହାକୁ ବି ଜଣାନାହିଁ। ଲୋକଙ୍କ କହିବା ଅନୁସାରେ ପିଢୀ ପରେ ପିଢୀ ଅନୁସାରେ ନଦୀ ବାଲିରୁ ସୁନା ସଂଗୃହୀତ ହେଉଛି ।ହେଲେ ନିତିଦିନିଆ ସୁନା ସଂଗୃହୀତ ହେଉଥିବା ବେଳେ ଏହା କେମିତି ଆଉ କେଉଁଠାରୁ ଆସୁଛି ତାହା କିନ୍ତୁ କାହାକୁ ବି ଜଣା ନାହିଁ। ଏହି ରହସ୍ୟ ଜାଣିବାକୁ ବହୁବାର ପ୍ରୟାସ କରାଯାଇଥିଲେ ବି ତାହା ଫେଲ୍ ମାରିଛି।

Comments are closed, but trackbacks and pingbacks are open.