Latest Odisha News

BREAKING NEWS

ରୋହିତ କରିବେ ଅଙ୍ଗୁର ଫିଲ୍ମର ରିମେକ୍‌, ଆସନ୍ତୁ ଜାଣିବା ଏହାର ହୀରୋ କିଏ ହେବେ

ମୁମ୍ବାଇ: ସିମ୍ବା ଓ ସୂର୍ଯ୍ୟବଂଶୀ ପରେ ସଫଳ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଅଙ୍ଗୁର ଫିଲ୍ମର ରିମେକ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ୧୯୮୨ରେ ଆସିଥିବା ଏହି ବ୍ଲକବଷ୍ଟର କମେଡ ଫିଲ୍ମକୁ ଗୁଲଜାର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ । ରିମେକରେ ନଜର ଆସିବେ ରଣବୀର ସିଂ । ଦର୍ଶକ ତାଙ୍କ ଡବଲ ରୋଲ ଭୂମିକାରେ ଦେଖିବେ । ଜ୍ୟାକଲିନ ଫର୍ଣ୍ଣାଡିସ ଓ ପୂଜା ହେଗଡେ ନାୟିକା ଭୂମିକାରେ ଅଭିନୟ କରିବେ ।

୨୦୧୫ରେ ଶାହାରୁଖ ଖାଁଙ୍କୁ ନେଇ ରୋହିତ ଏହି ଫିଲ୍ମ କରିବାକୁ ଚାହୁଁଥିଲେ । ମାତ୍ର କଥା ଆଗକୁ ବଢ଼ିପାରି ନ ଥିଲା । ଶେଷରେ ସେ ଶାହାରୁଖଙ୍କୁ ନେଇ ଦିଲୱାଲେ ଫିଲ୍ମ କରିଥିଲେ । ଏବେ କାର ଯୁବପିଢ଼ୀଙ୍କୁ ଆଖି ଆଗରେ ରଖାଯାଇ ଅଙ୍ଗୁର ଫିଲ୍ମକୁ ପ୍ରସ୍ତୁତ କରାଯିବ ବୋଲି ରୋହିତ କହିଛନ୍ତି ।

Leave A Reply

Your email address will not be published.