Latest Odisha News

BREAKING NEWS

କେତେ ସମୟ ଉଡିଥିଲେ ମୁଖ୍ୟମନ୍ତ୍ରୀ? ସ୍ପଷ୍ଟୀକରଣ ରଖିଲେ ସରକାର

ଭୁବନେଶ୍ୱର: ବନ୍ୟାଂଚଳ ପରିଦର୍ଶନ ସମୟରେ କେତେ ସମୟ ହେଲିକପ୍ଟରରେ ଉଡିଥିଲେ ମୁଖ୍ୟମନ୍ତ୍ରୀ । ଏ ସଂକ୍ରାନ୍ତରେ ପ୍ରସାରିତ ହୋଇଥିବା ଖବର ସଂକ୍ରାନ୍ତରେ ସ୍ପଷ୍ଟୀକରଣ ରଖିଛନ୍ତି ସରକାର । ଏଥିରେ କୁହାଯାଇଛି, ପ୍ରମୁଖ ଗଣମଧ୍ୟମ ପକ୍ଷରୁ ହୋଇଥିବା ଖବର ପ୍ରସାରଣ ସମ୍ପୂର୍ଣ୍ଣ ମିଛ।

୩୧ ଅଗଷ୍ଟ ୨୦୨୦ରେ କୈାଣସି ଭିଭିଆଇପି ମୁଭମେଂଟ ହୋଇନଥିବା ଓଟିଭିର ରିପୋର୍ଟରେ ଦର୍ଶାଯାଇଥିଲା । ହେଲେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ନିୟମ ଅନୁସାରେ, କୈାଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଡାଣ ଭିଭିଆଇପି କାଟାଗୋରୀରେ ଆସେନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏଥିରେ ସ୍ଥାନିତ ହୋଇନଥିଲା ।

ପ୍ରସାରିତ ହୋଇଥିବା ରିପୋର୍ଟରେ କୁହାଯାଇଥିଲା, ମୁଖ୍ୟମନ୍ତ୍ରୀଙ୍କ ମୋଟ ଗସ୍ତ ସମୟ ଥିଲା ୧୯ ମିନିଟ, ଯେଉଁଥିରେ ଉଭୟ ଉଡାଣ ଓ ଅବତରଣ ସମୟ ସାମିଲ ଥିଲା । ତେବେ ସ୍ପଷ୍ଟୀକରଣରେ କୁହାଯାଇଛି, ମୁଖ୍ୟମନ୍ତ୍ରୀଙ୍କ ମୋଟ ଗସ୍ତ ସମୟ ୩୦ ମିନିଟର ଥିଲା । ଯେଉଁଥିରୁ ୧୯ ମିନିଟ ଏୟାର ଟାଇମ ଥିଲା। ଓଟିଭି ତାର ରିପୋର୍ଟରେ ଦର୍ଶାଇଥିଲା, ୧୯ ମିନିଟ ଭିତରେ ବନ୍ୟାଂଚଳ ଗସ୍ତ କରି ଫେରିବା ସମ୍ଭବ ନୁହେଁ ।

ସ୍ପଷ୍ଟୀକରଣରେ କୁହାଯାଇଛି, ମୁଖ୍ୟମନ୍ତ୍ରୀ ବ୍ୟବହାର କରୁଥିବା ହେଲିକପ୍ଟର ଅତ୍ୟାଧୁନିକ ଏବଂ ଏଥିରେ ଦୁଇଟି ଇଂଜିନ ରହିଛି । ଭୁବନେଶ୍ୱରରୁ ସର୍ବାଧିକ ପ୍ରଭାବିତ ଅଂଚଳରେ ପହଂଚିବାକୁ ଏଭଳି ହେଲିକପ୍ଟରକୁ ୫ ରୁ ୬ ମିନିଟ ସମୟ ଲାଗିଥାଏ । ବନ୍ୟାଂଚଳ ଗସ୍ତ କରି ଆସିବା ପରେ ଫଟୋ ଏବଂ ଭିଡିଓକୁ ସେହି ସମାନ ଦିନ ଗଣମାଧ୍ୟମକୁ ଦିଆଯାଇଥିଲା ।

ଓଟିଭି ତାର ରିପୋର୍ଟରେ ଦର୍ଶାଇଥିଲା ମୁଖ୍ୟମନ୍ତ୍ରୀ ବ୍ୟବହାର କରିଥିବା ହେଲିକପ୍ଟର ୧୦ ଟା ୧୨ ସମୟରେ ଛାଡିଥିଲା ଆଉ ୧୦ଟା ୩୧ ମିନିଟ ସମୟରେ ମୂଳ ସ୍ଥାନରେ ପହଂଚି ଯାଇଥିଲା । ସ୍ପଷ୍ଟୀକରଣରେ କୁହାଯାଇଛି, ବିନା ଅନୁସନ୍ଧାନରେ ଏଭଳି ତଥ୍ୟକୁ ପରିବେଷଣ କରାଯାଇଛି। ହେଲିକପ୍ଟରର ଏୟାର ଟାଇମ ଅପରାହ୍ନ ୩ଟା୪୨ ରୁ ଅପରାହ୍ନ ୪ଟା ୧ ପର୍ଯ୍ୟନ୍ତ ଥିଲା । ମୋଟ ଗସ୍ତ ସମୟ ଥିଲା ୩୦ ମିନିଟ । ଓଟିଭି ପକ୍ଷରୁ ଯେଉଁ ଖବର ପ୍ରସାରଣ କରାଯାଇଥିଲା ତାହା ମିଛ ଖବର ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି ।

Leave A Reply

Your email address will not be published.