Latest Odisha News

BREAKING NEWS

ସିଂଘମ ଏଗେନ୍‌’ରେ ରଣବୀରଙ୍କ ଲୁକ୍ ଆଉଟ୍‌

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଂଘମ ଏଗେନ୍‌’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ପୁଣି ଥରେ ସିଂଘମ ଅର୍ଥାତ୍ ଅଜୟ ଦେବଗନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ । ଏଥର ଫିଲ୍ମ ଷ୍ଟାର କାଷ୍ଟ ମଧ୍ୟ ବହୁତ ଭଲ । ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କୁ ମଧ୍ୟ ‘ସିଂଘମ ଏଗେନ୍‌’ରେ ଶକ୍ତିଶାଳୀ ଆକ୍ସନ କରୁଥିବା ଦେଖିବାକୁ ମିଳିବ । ନିକଟରେ ଫିଲ୍ମରେ ରଣବୀରଙ୍କ ପ୍ରଥମ ଲୁକ ମଧ୍ୟ ପ୍ରକାଶ ପାଇଛି ।

ଅଜୟ ଦେବଗନ ନିଜେ ଏକ୍ସରେ ରଣବୀର ସିଂଙ୍କ ପ୍ରଥମ ଲୁକ ସେୟାର କରିଛନ୍ତି । ପୋଷ୍ଟରରେ ରଣବୀର ପୋଲିସ ୟୁନିଫର୍ମରେ ଦେଖାଯାଉଛି । ବିଶେଷ କଥା ହେଉଛି ସଂଗ୍ରାମ ଭାଲେରାଓ ଭୂମିକାରେ ନଜର ଆସିଥିବା ରଣବୀର ସିଂଙ୍କ ଏହି ପୋଷ୍ଟରର ବ୍ୟାକ୍‌ଗ୍ରାଉଣ୍ଡରେ ଭଗବାନ ହନୁମାନଙ୍କ ଫଟୋ ମଧ୍ୟ ଦେଖାଯାଉଛି । ଏହା ଦେଖି ପ୍ରଶଂସକଙ୍କ ଉତ୍ସାହ ଆହୁରି ବଢିଚାଲିଛି । ରଣବୀରଙ୍କ ପୋଷ୍ଟର ସେୟାର କରିବାବେଳେ ଅଜୟ କ୍ୟାପସନରେ ଲେଖିଛନ୍ତି, ମୋ ଟିମ୍‌ର ସବୁଠାରୁ କୁଖ୍ୟାତ ଅଧିକାରୀ ।

‘ସିଂଘମ ଏଗେନ୍‌’ ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଫିଲ୍ମଟି ଅଲୁ ଅର୍ଜୁନଙ୍କ ‘ପୁଷ୍ପା ୨’କୁ ଟକ୍କର ଦେବ ।

Leave A Reply

Your email address will not be published.