Latest Odisha News

BREAKING NEWS

ଏକାଠି ଆସୁଛନ୍ତି ରଣଦୀପ ହୁଡ୍ଡା ଓ ଇଲିଆନା ଡି’ କ୍ରୁଜ !

ମୁମ୍ବାଇ: ଆଗାମୀ ଦିନରେ ଖୁବଶୀଘ୍ର ଫ୍ଲୋରକୁ ଆସିବ ଫିଲ୍ମ “ଅନ୍‌ଫେୟାର୍ ଆଣ୍ଡ ଲଭଲି” । ଫିଲ୍ମର ଟାଇଟଲ୍ ଭଳି ଏହାର କାହାଣୀ ବି ଟିକେ ହଟ୍‌କେ ରହିଛି । ମୁଖ୍ୟ ଭୂମିକାରେ ରଣଦୀପ ଓ ଇଲିଆନା ଥିବାବେଳେ ସୋନୀ ପିକ୍‌ଚର୍ସ ବ୍ୟାନର ତଳେ ଏହା ନିର୍ମିତ ହେବ ।

କମେଡି ଓ ଗୋରା ରଙ୍ଗର ଚେହେରାକୁ ନେଇ ଲୋକଙ୍କ ମନୋଭାବ ଉପରେ ଫିଲ୍ମର କାହାଣୀ ଆଧାରିତ । ହରିୟାଣା ବ୍ୟାକଡ୍ରପ ଉପରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ଇଲିଆନା ସୋସାଇଟିରେ କଳା ରଙ୍ଗର ଝିଅଙ୍କ ପ୍ରତି ହେଉଥିବା ଭେଦଭାବକୁ ବିରୋଧ କରିବାରେ ନଜର ଆସିବେ ।

ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ ନବାଗତ ନିର୍ଦ୍ଦେଶକ ବଲୱିନ୍ଦର ସିଂ । ପୂର୍ବରୁ ସେ ‘ସାଣ୍ଢ କି ଆଁଖ’ ଓ ‘ମୁବାରକାଁ’ ଭଳି ଫିଲ୍ମର କାହାଣୀ ଭାର ସମ୍ଭାଳିଥିଲେ । ତେବେ ଏହି ଫିଲ୍ମରେ ଇଲିଆନାଙ୍କୁ ଗ୍ଲାମରସ ବଦଳରେ ସିମ୍ପଲ କଳାରଙ୍ଗର ଝିଅ ଭୂମିକାରେ ଦେଖିବାକୁ ମିଳିବ । ଅନ୍ୟପଟେ ରଣଦୀପ ହୁଡ୍ଡା ତାଙ୍କ ଜୀବନସାଥୀ ରୂପେ ନଜର ଆସିବେ । ୨୦୨୧ରେ ଫିଲ୍ମଟି ରିଲିଜ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.