Latest Odisha News

BREAKING NEWS

ଆସିଲା ଆଇଫୋନ ୧୨ ମିନି; ୨୨୦୦୦ ପର୍ଯ୍ୟନ୍ତ ମିଳିବ ଡ଼ିସ୍କାଉଣ୍ଟ

ଆପଲ୍ ଆଇଫୋନ୍ ୧୨ ମିନି, ଆପଲ୍ ଇଣ୍ଡିଆ ଅନ୍ଲାଇନ୍ ଷ୍ଟୋର୍‌ରେ ତାଲିକାଭୁକ୍ତ ହୋଇଛି ।

ଏହା ସବୁଠାରୁ ଛୋଟ ଆଇଫୋନ୍ ଏବଂ ପ୍ରକୃତରେ ଦୁନିଆର ସବୁଠାରୁ କମ୍ପାକ୍ଟ 5G ସ୍ମାର୍ଟଫୋନ୍ ।

ଆପଲ୍ ଆଇଫୋନ୍ ୧୨ ମିନିର ମୂଲ୍ୟ ୬୯,୯୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏହା ତିନୋଟି ଷ୍ଟୋରେଜ୍ ବିକଳ୍ପ ଏବଂ ପାଞ୍ଚଟି ରଙ୍ଗରେ ଉପଲବ୍ଧ ହେବ ।

ନଭେମ୍ବର ମଧ୍ୟଭାଗରେ ସୁଦ୍ଧା ଏହାର ଆପଲ୍ ଆଇଫୋନ୍ ୧୨ ମିନିର ପ୍ରି-ଅର୍ଡର ଆରମ୍ଭ ହେବ ।

ଯଦି ଆପଣ ଆଗାମୀ ଦିନରେ ଆପଲ୍ ଇଣ୍ଡିଆ ଅନ୍ଲାଇନ୍ ଷ୍ଟୋର୍‌ରେ ଗୋଟିଏ ଅର୍ଡର କରନ୍ତି, ତେବେ ଆପଣ ସ୍ମାର୍ଟଫୋନ୍ ଟ୍ରେଡ୍-ଇନ୍ ର ମଧ୍ୟ ଲାଭ ଉଠାଇବାକୁ ସକ୍ଷମ ହେବେ, ଯାହା ଆପଣଙ୍କ ପାଖରେ ଥିବା ଫୋନ୍ ଏବଂ ଏହାର ଅବସ୍ଥା ଉପରେ ନିର୍ଭର କରି ଆପଣଙ୍କୁ ଆପଲ୍ ଆଇଫୋନ୍ ୧୨ମିନିର ମୂଲ୍ୟ ଉପରେ ୨୨୦୦୦ ଟଙ୍କା ପର୍ଯ୍ୟନ୍ତ ଅଫ ଦେବ ।

ଆପଲ୍ ଆଇଫୋନ୍ 12 ମିନିର ଏଣ୍ଟ୍ରି-ସ୍ପେକ୍ ୬୪ ଜିବି ଷ୍ଟୋରେଜ୍ ବିକଳ୍ପ ପାଇଁ ୬୯,୯୦୦ ଟଙ୍କା, ୧୨୮ ଜିବି ଷ୍ଟୋରେଜ୍ ପାଇଁ ୭୪,୯୦୦ ଟଙ୍କା ଏବଂ ୨୫୬ ଜିବି ଷ୍ଟୋରେଜ୍ ଭାରିଆଣ୍ଟ ପାଇଁ ୮୪,୯୦୦ ଟଙ୍କା ରହିଛି।

ସମସ୍ତ ତିନୋଟି ଷ୍ଟୋରେଜ୍ ବିକଳ୍ପ ପାଞ୍ଚଟି କଲର ଯଥା ଧଳା, କଳା, ନୀଳ, ସବୁଜ ଏବଂ ରେଡ ରହିଛି ।

ଆପଲ୍ କହିଛି ଯେ ଆଇଫୋନ୍ ୧୨ ମିନି ନଭେମ୍ବର ୬ରୁ ପ୍ରି-ଅର୍ଡର ବୁକିଂ କରିବା ସହ ନଭେମ୍ବର ୧୫ରୁ ସିପିଂ ଆରମ୍ଭ କରିବ ।

ସମଗ୍ର ଭାରତରେ ସମସ୍ତ ଅର୍ଡର ପାଇଁ ଆପଲ୍ କଣ୍ଟାକ୍ଟଲେସ୍ ବିତରଣ ବିକଳ୍ପକୁ ମଧ୍ୟ କାର୍ଯ୍ୟକାରୀ କରିବ ।

ଆପଲ୍ କହିଛି ଯେ ଆଇଫୋନ୍ ୧୨ ମିନି ହେଉଛି ଦୁନିଆର ସବୁଠାରୁ ଛୋଟ, ପତଳା ଏବଂ ହାଲୁକା 5G ଫୋନ୍ ଯାହା ବିଶ୍ୱବ୍ୟାପୀ ଅଧିକାଂଶ 5G ନେଟୱାର୍କରେ କାମ କରିବ ।

Leave A Reply

Your email address will not be published.