Latest Odisha News

ମଜମୁଦାରଙ୍କ ଅପରାଜିତ ଶତକ: ବେଙ୍ଗଲ ୩୦୮/୬

କଟକ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ୱାର୍ଟରଫାଇନାଲର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ବିପକ୍ଷରେ ବେଙ୍ଗଲ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ବିନିମୟରେ ୩୦୮ ରନ ସଂଗ୍ରହ କରିଛି । ଓଡିଶା ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁଁ ବେଙ୍ଗଲ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ଅନୁସ୍ତୁପ ମଜମୁଦାର ଓ ଶାହାବାଜ ଅହମ୍ମଦଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁ ଦଳ ଭଲ ସ୍କୋର କରିପାରିଥିଲା ।

ମଜମୁଦାର ୧୩୬ ଓ ଅହମ୍ମଦ ୮୨ ରନ କରି ଅପରାଜିତ ଅଛନ୍ତି । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି, କନୱର ସିଂ ଚୌହ୍ୱାନ ୨ଟି ଏବଂ ବସନ୍ତ ମହାନ୍ତି ଓ ଦେବବ୍ରତ ପ୍ରଧାନ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ବସନ୍ତଙ୍କ କ୍ୟାରିୟରର ଏହା ୧୦୦ତମ ପ୍ରଥମଶ୍ରେଣୀ ମ୍ୟାଚ ।

Comments are closed.