Latest Odisha News

BREAKING NEWS

ରଣଜୀ ଟ୍ରଫି: ରେକର୍ଡ ୪୮ ଥର ପାଇଁ ଫାଇନାଲରେ ପ୍ରବେଶ କଲା ମୁମ୍ବାଇ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ସେମିଫାଇନାଲରେ ତାମିଲନାଡୁକୁ ପରାସ୍ତ କରି ମୁମ୍ବାଇ ରେକର୍ଡ ୪୮ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଶାର୍ଦ୍ଦୁଳ ଠାକୁରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ମୁମ୍ବାଇ ଏକ ଇନିଂସ ଓ ୭୦ ରନରେ ବିପକ୍ଷ ଦଳକୁ ପରାସ୍ତ କରିଥିଲା । ତାମିଲନାଡୁ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୧୪୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଜବାବରେ ମୁମ୍ବାଇ ଶାର୍ଦ୍ଦୁଳଙ୍କ ୧୦୯ ଓ ତନୂଷ କୋଟିୟାନଙ୍କ ୮୯ ରନ ସହାୟତାରେ ୩୭୮ ରନ କରିଥିଲା । ତାମିଲନାଡୁ ଦ୍ୱିତୀୟ ଇନିଂସରେ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୬୨ ରନରେ ଅଲଆଉଟ ହୋଇ ଯାଇଥିଲା । ବାବା ଇନ୍ଦ୍ରଜିତ ସର୍ବାଧିକ ୭୦ ରନ କରିଥିଲେ ।

ଶାମ୍ସ ମୂଲାନୀ ମୁମ୍ବାଇ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ଶାର୍ଦ୍ଦୁଳ, ମୋହିତ ଅଭସ୍ତୀ ଓ ତନୂଷ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଶାର୍ଦ୍ଦୁଳ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ମୁମ୍ବାଇ ଫାଇନାଲରେ ବିଦର୍ଭ ଓ ମଧ୍ୟପ୍ରଦେଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତାକୁ ଭେଟିବ ।

Leave A Reply

Your email address will not be published.