Latest Odisha News

BREAKING NEWS

ରଣଜୀ ଟ୍ରଫି: ଉତରାଖଣ୍ଡର ୩୪୨ ରନ ଜବାବରେ ଓଡିଶା ୧୨୩/୬

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ପୁନର୍ବାର ଓଡିଶା ବ୍ୟାଟ୍ସମ୍ୟାନ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଗ୍ରୁପ ଡି ମୁକାବିଲାରେ ଉତରାଖଣ୍ଡର ପ୍ରଥମ ଇନିଂସ ସ୍କୋର ୩୪୨ ରନ ଜବାବରେ ଓଡିଶା ୬ ୱିକେଟ ବିନିମୟରେ ୧୨୩ ରନ କରିଛି । ଆଶୀର୍ବାଦ ସ୍ୱାଇଁ ୫୪ ଓ ଗୋବିନ୍ଦ ପୋଦ୍ଦାର ୩୨ ରନ କରିଛନ୍ତି । ପ୍ରୟାସ ସିଂ ୮ ରନ କରି ଅପରାଜିତ ଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି । ଦୀପକ ଧୋପଲା ଓ ଅଭୟ ନେଗି ୨ଟି ଲେଖାଏଁ ୱିକେଟ ନେଇଛନ୍ତି । ସେହିପରି ସ୍ୱପ୍ନିଳ ସିଂ ଓ ମୟଙ୍କ ମିଶ୍ର ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ପୂର୍ବରୁ ଉତରାଖଣ୍ଡ ବୈଭବ ଭଟ୍ଟଙ୍କ ୧୧୫, ଜୀବନଜ୍ୟୋତ ସିଂଙ୍କ ୯୦ ଓ ଅଖିଳ ରାୱତଙ୍କ ୫୦ ରନ ସହାୟତାରେ ୩୦୦ରୁ ଊର୍ଦ୍ଧ୍ୱ ସ୍କୋର କରିପାରିଥିଲା । ଓଡିଶା ପକ୍ଷରୁ ସୁନୀଲ ରାଉଳ ଓ ହର୍ଷିତ ରାଠୋର ୩ଟି ଲେଖାଏଁ ୱିକେଟ ନେଇଛନ୍ତି ।

Leave A Reply

Your email address will not be published.