Latest Odisha News

BREAKING NEWS

ରଣଜୀ ଟ୍ରଫି: ହରିୟାଣା ବିପକ୍ଷରେ ଓଡିଶା ହାସଲ କଲା ୩ ପଂଏଟ

କଟକ: ରଣଜୀ ଟ୍ରଫି କ୍ରିକେଟରେ ହରିୟାଣା ବିପକ୍ଷରେ ଓଡିଶା ଗୁରୁତ୍ୱପୂର୍ଣ୍ଣ ୩ ପଂଏଟ ହାସଲ କରିଛି । ମ୍ୟାଚ ଡ୍ର ରହିଥିଲେ ମଧ୍ୟ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ଏହି ପଂଏଟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ହରିୟାଣା ୩୩୮ ରନ କରିଥିଲା । ଜବାବରେ ଓଡିଶା ୪୧୪ ରନ କରି ୭୬ ରନରେ ଆଗୁଆ ରହିଥିଲା । ଦ୍ୱିତୀୟ ଇନିଂସରେ ହରିୟାଣା ୪ ୱିକେଟ ବିନିମୟରେ ୩୮୪ ରନ ସଂଗ୍ରହ କରିଥିଲା । ଅଙ୍କିତ କୁମାରୀ ୧୭୨ରନ କରି ନଟଆଉଟ ଥିବା ବେଳେ ହିମାଂଣୁ ରାଣା ୯୮ ରନ କରିଥିଲେ । ଜୟନ୍ତ ବେହେରା ୨ଟି ୱିକେଟ ଅକ୍ତିଆର କରିଥିଲେ । ଆଉ ୫୦ ଓଭର ଖେଳ ବାକିଥିବା ବେଳେ ଓଡିଶା ସମ୍ମୁଖରେ ୩୦୯ ରନର ବିଜୟ ଲକ୍ଷ୍ୟ ରହିଥିଲା । ୧ ୱିକେଟ ହରାଇ ଓଡିଶା ୧୧୦ ରନ କରିଥିବା ବେଳେ ଉଭୟ ଅଧିନାୟକ ମ୍ୟାଚ ଅଧାରୁ ବନ୍ଦ କରିବା ପାଇଁ ରାଜି ହୋଇଥିଲେ ।

ଅନୁରାଗ ଷଡଙ୍ଗୀ ୫୩ ଓ ଶୁଭ୍ରାଂଶୁ ସେନାପତି ୩୦ ରନ କରି ନଟଆଉଟ ରହିଥିଲେ । କ୍ରମାଗତ ୨ଟି ମ୍ୟାଚରେ ଖରାପ ପ୍ରଦର୍ଶନ କରିବା ପରେ ଏହି ମ୍ୟାଚରେ ଓଡିଶା ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲା । ପ୍ରଭାବୀ ବୋଲିଂ ପ୍ରଦର୍ଶନ ପାଇଁ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

Leave A Reply

Your email address will not be published.