Latest Odisha News

BREAKING NEWS

ଏଥର ଗଣତନ୍ତ୍ର ଦିବସରେ ଶକ୍ତି ଦେଖାଇବ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସକୁ ନେଇ ଏବେଠୁ ଜୋରସୋରେ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଜୋରସୋରରେ ଚାଲିଛି ରିହରସାଲ । କିନ୍ତୁ ଏଥର ଜଣତନ୍ତ୍ର ଦିବସରେ ହେବାକୁ ଥିବା ପରେଡରେ ଶକ୍ତି ପ୍ରଦର୍ଶନ କରିବ ଫାଇଟର ଜେଟ୍ ରାଫେଲ୍।

ମେଡ୍ ଇନ୍ ଇଣ୍ଡିଆ ଥିମରେ ଭାରତୀୟ ବାୟୁସେନା ଏହି ପରେଡରେ ଲଢୁଆ ବିମାନକୁ ପ୍ରଦର୍ଶନ କରିବ। ପ୍ରଥମ ଥର ପାଇଁ ରାଫେଲକୁ ସାର୍ବଜନୀନ ଭାବେ ଗଣତନ୍ତ୍ର ଦିବସରେ ପ୍ରଦର୍ଶନ କରାଯିବ। ପରେଡ ସମୟରେ ମୋଟ୍ ୪୨ଟି ବିମାନ ଫ୍ଲାଇଟ୍ ପାଷ୍ଟର ଅଂଶ ଗ୍ରହଣ କରିବେ । ଯେଉଁଥିରେ ରାଫେଲ୍ ସହ ସୁଖୋଇ-୩୦, ମିଗ୍-୨୯, ଜଗୁଆର୍ ସହ ଅନେକ ଲଢୁଆ ବିମାନ ଶକ୍ତି ପ୍ରଦର୍ଶନ କରିବେ । ସେହିପରି ଚିନୁକ୍ ଟ୍ରାନ୍ସପୋର୍ଟ ହେଲିକପ୍ଟର, ଆପାଚେ କମ୍ବାଟ ହେଲିକପ୍ଟର ସି ୧୩୦ ଜେ ଟ୍ରାନ୍ସପୋର୍ଟ ବିମାନ ମଧ୍ୟ ସାମିଲ ହେବ । ପରେଡ ସମୟରେ ତେଜସ୍, ଏଷ୍ଟ୍ରା ମିସାଇଲ୍ ଓ ରୋହିଣୀ ସର୍ବିଲାନ୍ସ ରଡାରକୁ ମଧ୍ୟ ପ୍ରଦର୍ଶିତ କରାଯିବ।

Leave A Reply

Your email address will not be published.